ଗଞ୍ଜେଇ ଚାଲାଣରେ ଜଣେ ଗିରଫ ଆଉ ଜଣେ ଫେରାର...
ପାଇକମାଳ,୦୧/୦୩(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ପାଇକମାଳ ପୁଲିସ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଉ ଜଣେ ବ୍ୟକ୍ତି ଫେରାଇ ହୋଇଥିବା ସୂଚନା ମିଳିଛି।
Ad..
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଶନିବାର ଦିନ ୧୨ ଟା ୪୦ ମିନିଟ୍ କୌଣସି ବିଶ୍ବସ୍ତ ସୂତ୍ରରୁ ଗଞ୍ଜେଇ ଚାଲାଣ ହେଉଥିବା ଏନେଇ ପାଇକମାଳ ପୁଲିସକୁ ଖବର ମିଳିଥିଲା। ପାଇକମାଳ ଓଆଇସି କୈଳାସ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଏକ ଟିମ୍ କରି ଝାରମୁଣ୍ଡା ବିଜୁ ଏକ୍ସପ୍ରେସ ଓ୍ବେ ଛକ ନିକଟରେ ନାକା ଚେକିଂ କରିଥିଲେ।
Ad..
ଏହି ସମୟରେ ସେହି ରାସ୍ତା ଦେଇ ଆସୁଥିବା ଏକ ହିରୋ ଗ୍ଳୋମର ବାଇକ୍ ( ଓଡି ୨୬ ବି ୫୭୬୨)ରେ ହରି ମାଝୀ ବାଇକ୍ ଚଲାଉଥିଲେ ପଛରେ ଦିଲ୍ଲୀପ କୁମାର ଚନ୍ଦନ ବସିଥିଲା। ବାଟରେ ପୁଲିସକୁ ଦେଖି ପଛରେ ବସି ଥିବା ଦିଲ୍ଲୀପ ଚନ୍ଦନ ଫେରାର ମାରିଥିବା ବେଳେ ହରି ମାଝୀ ପଲାଇ ପାରିନଥିଲେ।
ତାଙ୍କ ବାଇକ୍ ଚେକିଂ କରିବାରୁ ସିଲ ହୋଇଥିବା ପ୍ୟାକେଜରେ ୭ କେଜି ଗଞ୍ଜେଇ ବାହାରିଥିଲା ଏନେଇ ହରି ମାଝୀ ଗିରଫ କରାଯାଇଥିଲା। ଗିରଫ ସମୟରେ ୭ କେଜି ଗଞ୍ଜେଇ,ନଗଦ ୫୮୦, ଏକ ହିରୋ ଗ୍ଳୋମର ଓ ଗୋଟିଏ ଭିବୋ ମୋବାଇଲ ଜବତ କରିଛି।
ଦୁହେଁ ନାମରେ ପାଇକମାଳ ଥାନାରେ କେସ ନଂ ୪୬/୨୬ ୟୁ/ଏସ- ୧୧୧(୨)ବିଏନଏସ /ଆର/ଡବ୍ଳୁ ସେକ୍ସନ -୨୦(ବି)(ଆଇଆଇ)(ବି) ଏନଡିପିଏସ ଆକ୍ଟରେ ମାମଲା ରୁଜ୍ଜୁ କରାଯାଇଛି।
ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ପାଇକମାଳ ଥାନା ଚେରଙ୍ଗାଝାଞ୍ଜର ହରି ମାଝୀ (୪୧) ଓ ଫେରାର ଥିବା ଅଭିଯୁକ୍ତ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଖପ୍ରାଖୋଲ ଗାଁର ଦିଲ୍ଲୀପ କୁମାର ଚନ୍ଦନ ବୋଲି ଜଣାଯାଇଛି। ଏନେଇ ଗିରଫ ହରି ମାଝୀକୁ ପଦ୍ମପୁର କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଥିବା ଦିଲ୍ଲୀପକୁ ପୁଲିସ ଗିରଫ କରିବା ପାଇଁ ଖୋଜୁଛି।
Report : Bijay ku sahu
Edited by k.s thakur...
Tags:
arrested
Bargarh
bargarh news
latest news
latest update
odisha daily current affairs
odisha news
paikamal
police
seized



