ମୁରିବାହାଲ ବ୍ଲକରେ ମନରେଗା ଦୁର୍ନୀତି ; ଗାଁ ସାଥି, ଏବିଡ଼ିଓଙ୍କୁ ପ୍ରଶାସନର ଅଭୟ ବରଦାନ ...କାମ ନ ହୋଇ ଉଠିଛି ଟଙ୍କା !

ମୁରିବାହାଲ ବ୍ଲକରେ ମନରେଗା ଦୁର୍ନୀତି ; ଗାଁ ସାଥି, ଏବିଡ଼ିଓଙ୍କୁ ପ୍ରଶାସନର ଅଭୟ ବରଦାନ ...କାମ ନ ହୋଇ ଉଠିଛି ଟଙ୍କା !


ମୁରିବାହାଲ,୦୧/୦୩(ଶଙ୍କର ମାଝୀ ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ  ଗଁରେଇ ପଞ୍ଚାୟତରେ ମନରେଗା ରେ ବିନା କାମ ରେ ଉଠୁଛି ଟଙ୍କା  ଏବେ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। କିଛି ଦିନ ପୂର୍ବରୁ ଅଶୁରମୁଣ୍ଡା ଗ୍ରାମାଞ୍ଚଳ ଗ୍ରାମବାଶି ମୁରିବାହାଲ ବିଡ଼ିଓଙ୍କୁ  ତଦନ୍ତ ସକାଶେ ଏକ ଦାବିପତ୍ର ଦେଇଥିଲେ। 

Ad..


ତାଙ୍କ ଗ୍ରାମର ଗୋଟିଏ ପୋଖରୀରେ ୨୦୨୨-୨୩ ରୁ ୨୦୨୫-୨୬ ପର୍ଯ୍ୟନ୍ତ ଏକ ୬୦ଲକ୍ଷ ରୁ ଅଧିକ ଟଙ୍କାର କାର୍ଯ୍ୟ ହୋଇଛି  ଗୋଟିଏ ପୋଖରୀରେ ଅନେକ ଗୁଡିଏ ନାମ ପରିବର୍ତନ କରି ଏବଂ ସୂଚନା ଫଳକକୁ ମଧ୍ୟ ବାରମ୍ବାର ଭାଙ୍ଗି ନୂତନ ନାମ ଦେଇ ଟଙ୍କା ହଡପ କରିଥିବା ମାଟି କାମ କରିନ ଥିବା ବ୍ୟକ୍ତି ମାନଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଜମା କରୁଥିବାର ଅଭିଯୋଗ କରିଥିଲେ ଗ୍ରାମବାଶି। 

     Ad..


ହେଲେ କାଲି ତଦାରଖ କଲେ ବିଡ଼ିଓ  ଏବଂ ଏଇ ଉକ୍ତ ସ୍ଥାନକୁ ଆସି କାର୍ଯ୍ୟର ତଦାରଖ କରିଥିବାର  ଶୁଣିବାକୁ ମିଳିଥିଲା ହେଲେ ଅତ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ମନରେଗା ଯୋଜନାର ଅର୍ଥ ହଡପରେ ପଞ୍ଚାୟତର କିଛି କର୍ମଚାରୀ ମାଷ୍ଟର ମାଇଣ୍ଡ ଥିବା ସହିତ ବ୍ଲକ କର୍ମଚାରୀଙ୍କ ମଧ୍ୟ ହାତ ଥିବାର ଶୁଣିବାକୁ ମିଳୁଛି।

ଏହାକୁ ନେଇ ମୁରିବାହାଲ  ବିଡ଼ିଓ ବାସନ୍ତୀ ସେଠି ଓ ଏଇ ଅଭିନାଶ ମୋଦି ଘଟଣା ସ୍ଥଳ କୁ ଯାଇ ନାମକୁ ମାତ୍ର ଯାଞ୍ଚ କରିଛନ୍ତି ବୋଲି ଗ୍ରାମବାସୀ ସନ୍ଦେହ କରିଛନ୍ତି । ଏ ସମ୍ପର୍କରେ ଫୋନ ଯୋଗେ ଯୋଗାଯୋଗ କରିବାରୁ  ବିଡ଼ିଓ ବାସନ୍ତୀ ସେଠି କିନ୍ତୁ ଫୋନ ଉଠାଇ ନଥିଲେ। 

ବ୍ଲକର ଯନ୍ତ୍ରୀ ଙ୍କ କହିବା ହେଲା ବିଡ଼ିଓ ଘଟଣା ସ୍ଥଳରେ ତଦନ୍ତ କରିଛନ୍ତି ।ଇଓ ରାଧାକୃଷ୍ଣ ନାଗ ପୋଖରୀ ର ତିନୋଟି ନାମ ଦେଇଥିବାର ସ୍ୱୀକାର କରିଛନ୍ତି।ଏବଂ ତଦାରଖ ପରେ ମଧ୍ୟ କିଛି ସମାଧାନ ହୋଇନଥିବା ଗ୍ରାମବାସି ଅଭିଯୋଗ କରୁଛନ୍ତି



Report : Shankar majhi

Edited by k.s thakur...

Post a Comment

Previous Post Next Post