ଚଟୁଅନକା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୬/୦୩ : ବଲାଙ୍ଗିର ଜିଲ୍ଲା ତୁରକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ପ୍ରହର ନାମଯଜ୍ଞ ପାଇଁ ସୋମବାର ସନ୍ଧ୍ୟାରେ ଭବ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ପୋଖରୀରୁ ଗ୍ରାମର ଶତାଧିକ ମହିଳା ସଙ୍କୀର୍ତ୍ତନ୍ୟ ବାଦ୍ୟ ସହ କଳସ ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ।
Ad..
ମଙ୍ଗଳବାର ସକାଳେ ନାମାରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ଷୋହଳ ପ୍ରହର ନାମଯଜ୍ଞରେ କର୍ତ୍ତା ରୂପେ ବିକି ପାଣିଗ୍ରାହୀ ଓ ତାଙ୍କ ଧର୍ମପତ୍ନୀ ସ୍ନେହା ପାଣିଗ୍ରାହୀ, ମାଧ ବଏ ଓ ତାଙ୍କ ଧର୍ମପତ୍ନୀ ଲୁଚ଼ନା ବଏ,ଦେବ ଛୁରା ଓ ଧର୍ମପତ୍ନୀ ପୂର୍ଣମୀ ଛୁରା,ପୂଜକ ଭାବେ ଦଣ୍ଡପାଣି ହୋତା ଦାୟିତ୍ୱ ନିର୍ବାହ କରୁଛନ୍ତି।
Ad..
ଆୟୋଜକ କମିଟି ସଭାପତି ଶଶୀଚନ୍ଦ୍ର ବଏ, ଉପସଭାପତି ସହଦେଵ ପନିକା, ସହକାରୀ ସଭାପତି ରାମଚନ୍ଦ୍ର ପାଳ ସମ୍ପାଦକ ମୁରାରୀଲାଲ ପନିକା, ପ୍ରତାପ କିଶୋର ବଏ କୋଷାଧ୍ୟକ ବଜରଙ୍ଗ ବଏ,ଉପ କୋଷାଧ୍ୟକ ପ୍ରସନ୍ନ ମହାନନ୍ଦ, ସହକାରୀ କୋଷାଧ୍ୟକ ଗଜାନନ ବଏ ସହ ଗ୍ରାମବାସୀ ସହଯୋଗ କରୁଛନ୍ତି।
Edited by k.s thakur...
Tags:
chatuanka
kalash jatra
kantabanji
latest news
latest update
naam jagyan
naam sankirtan
odisha daily current affairs
odisha news



