ପଞ୍ଜିକରଣରୁ ବାଦ ପଡ଼ିଥିବା ଚାଷୀ ଜିଲ୍ଲାପାଳ ଅଫିସରେ ଧାନ ପକାଇ ଅଭିନଵ ଭାବରେ ପ୍ରତିବାଦ...
ବରଗଡ଼,୦୫/୦୩(ବିଜୟ କୁମାର ସାହୁ) : ପଞ୍ଜିକରଣରୁ ବାଦ ପଡ଼ିଥିବା ଚାଷୀ ଜିଲ୍ଲାପାଳ ଅଫିସରେ ଧାନ ପକାଇ ଅଭିନଵ ଭାବରେ ପ୍ରତିବାଦ କରିଛନ୍ତି। ଜିଲ୍ଲାରେ ଗତ 28 ନଭେମ୍ବରରୁ ଧାନ କିଣା ଆରମ୍ବ ହୋଇଥିଲେ ମଧ୍ୟ ସୁଚାରୁରୂପେ ପରିଚାଳନା କରାଯାଇ ପାରିନାହିଁ।
Ad..
ଜିଲ୍ଲାରେ ମୋଟ 1ଲକ୍ଷ 64 ହଜାର ଚାଷୀ ପଞ୍ଜିକୃତ ହୋଇଥିଲେ ଏବଂ ସମସ୍ତ କାଗଜପତ୍ର ଦେଇ 4,804 ଚାଷୀ ପଞ୍ଜିକରଣରୁ ବାଦ ପଡ଼ିଥିଲେ। ପଞ୍ଜିକରଣ ରୁ ବାଦ ପଡ଼ିଥିବା ଚାଷୀମାନେ ଦୀର୍ଘ 11 ଦିନ ଅହୋରାତ୍ର ଆନ୍ଦୋଳନ ପରେ ଜିଲ୍ଲାର ସମସ୍ତ ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଇ ପଞ୍ଜିକରଣରୁ ବାଦ ପଡ଼ିଥିବା ଚାଷୀଙ୍କୁ ପଞ୍ଜିକୃତ କରିବା ପାଇଁ ଅନୁରୋଧ କରିଥିଲେ।
Ad..
ପରେ ମୁଖ୍ୟମନ୍ତ୍ରୀ ମଧ୍ୟ ରାଜି ହେବାରୁ ଅତାବିରା ବିଧାୟକ ନିହାର ମହାନନ୍ଦ ଆନ୍ଦୋଳନ ସ୍ଥଳକୁ ଆସି ସମସ୍ତ ଚାଷୀଙ୍କୁ ଟୋକନ ଦିଆଯିବ ଏବଂ ସମସ୍ତ ଧାନ କିଣା ଯିବ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ।
କିଛି ଚାଷଙ୍କ ଟୋକନ ମଧ୍ୟ ଆସିଅଛି ଏବଂ ସେମାନେ ଧାନ ବିକ୍ରି କରିଛନ୍ତି। ହେଲେ ଅନେକ ଚାଷୀଙ୍କ ବର୍ତ୍ତମାନ ସୁଦ୍ଧା ଟୋକନ ଆସିନାହିଁ ସେମାନେ ବିଭିନ୍ନ ମଣ୍ଡିରେ ପ୍ରତିଶୃତି ମୁତାବକ ଧାନ ପକାଇଛନ୍ତି। ଜିଲ୍ଲାରେ 1 ଲକ୍ଷ 64 ହଜାର ଏବଂ ପଞ୍ଜିକରଣରୁ ବାଦ ପଡ଼ିଥିବା 4,804 ଜଣ ଚାଷୀ ଧାନ ବିକ୍ରି ପାଇଁ ଯୋଗ୍ୟବିବେଚିତ ହୋଇଛନ୍ତି।
କିନ୍ତୁ ସେମାନଙ୍କ ମଧ୍ୟରୁ 1 ଲକ୍ଷ 62 ହାଜର ଚାଷୀଙ୍କ ଟୋକନ ଆସିଅଛି ଅନ୍ୟ 2 ହଜାର ଚାଷୀଙ୍କ ଭେରୀଫିକେସନ ସରିନାହିଁ। ଯେଉଁ ଚାଷୀମାନଙ୍କ ଟୋକନ ଆସିଅଛି ସେମାନଙ୍କ ଭିତରୁ 1 ଲକ୍ଷ 57 ହଜାର ଚାଷୀଙ୍କ 75 ଲକ୍ଷ କ୍ୟୁଣ୍ଟାଲ ଧାନ କିଣା ଯାଇଅଛି, ବର୍ତ୍ତମାନ ସୁଦ୍ଧା ଅତାବିରା 164 ପକେଟ, ବରଗଡ଼ 10,559 ପକେଟ ଏବଂ ପଦ୍ମପୁର ଆର ଏମ ସି ରେ 2 ଲକ୍ଷ 98 ହାଜର 749 ପକେଟ ଧାନ ଖୋଲା ଆକାଶ ତଳେ ପଡ଼ିରହିଛି।
ପଞ୍ଜିକରଣରୁ ବାଦ ପଡ଼ିଥିବା ଭେଡେନ ବ୍ଲକ ସହରାଟିକ୍ରା ମଣ୍ଡିରେ 25/30 ହଜାର ପକେଟ ଧାନ ପଡିଛି। ସୋମବାର ଦିନ ଜନ ଶୁଣାଣିରେ ଜିଲ୍ଲାପାଳଙ୍କୁ ଭେଟି ଟୋକନ କେବେ ଆସିବ ବା ଧାନ କେବେ କିଣା ହେବ ବୋଲି ପ୍ରଶ୍ନ ହେବାରୁ କୌଣସି ଉତ୍ତର ଦେଲେ ନାହିଁ ସେଥିପାଇଁ ଆଜି ଆସନ୍ତୋଷ୍ଟ ହୋଇ ଚାଷୀମାନେ ମୋଟର ସାଇକେଲରେ ଧାନ ଧରି ଜିଲ୍ଲାପାଳ ଅଫିସରେ ପକାଇ ଧାରଣାରେ ବସିଛନ୍ତି।
ଠିକ ସେହିପରି ମାଣ୍ଡୋଶିଲ ଅଞ୍ଚଳର ଚାଷୀ ପାଇକମାଲ ତହସିଲ ଅଫିସରେ ଧାନ ରଖି ଧାରଣାରେ ବସିଛନ୍ତି। ଘେଁସ ପଞ୍ଚାୟତର ଝାଙ୍କରପାଳି ଗ୍ରାମରେ ଜଣଙ୍କ ନାଁରେ ପଟା ଅଛି ସେହି ପଟାରେ 27 ଜଣ ଧାନ କାର୍ଡ ତିଆରୀ କରିବା ପାଇଁ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରୁ 3 ଜଣଙ୍କ ଟୋକନ ଆସିଅଛି ଏବଂ ଅନ୍ୟ ଚାଷୀଙ୍କ ଟୋକନ ଆସିନାହିଁ, ସେମାନେ ମଧ୍ୟ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଚାଲିଥିବା ଧାରଣା ରେ ସାମିଲ ହୋଇଛନ୍ତି।
ଏହି ଧାରଣାକୁ ସଂଯୁକ୍ତ କୃଷକ ସଂଗଠନର କର୍ମକର୍ତ୍ତା ମାନେ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଥିବା ରମେଶ ମହାପାତ୍ର କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ କଳାକାର ଦେହେରୀ, କୁନା ଦେହେରୀ, ଡାକ୍ତର ପାତ୍ର, ନାରାୟଣ ଦେହେରୀ, ଶ୍ରଦ୍ଧାକର କର୍ମୀ, ଗୋପାଳ ବରିହା ଏବଂ ମୋତିଲାଲ ବରିହା ନେତୃତ୍ୱ ନେଇଛନ୍ତି।
Report : Bijay ku sahu
Edited by k.s thakur...



