ଇସ୍କନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଓ ଶିଳା ନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ...

ଇସ୍କନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଓ ଶିଳା ନ୍ୟାସ  କାର୍ଯ୍ୟକ୍ରମ ଅନୁଷ୍ଠିତ...


କଣ୍ଟାବାଞ୍ଜି,୦୬/୦୩(ନି.ପ୍ର): ବିବେକାନନ୍ଦ ନଗରରେ ଇସ୍କନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଓ ଶିଳା ନ୍ୟାସ  କାର୍ଯ୍ୟକ୍ରମ ଅନୁଷ୍ଠିତ ଯୋଗ ଦେଲେ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ।

Ad..


ଶ୍ରୀ ରାଧା ବୃନ୍ଦାବନଚନ୍ଦ୍ର ମନ୍ଦିର ଟ୍ରଷ୍ଟ ପକ୍ଷରୁ  ସକାଳ ପ୍ରାୟ ୧୧ ଘଣ୍ଟା ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଆଶ୍ରମପଡ଼ା ନିକଟ ବିବେକାନନ୍ଦ ନଗର ଯାଏ କଳସ ୟାତ୍ରାରେ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ ଭକ୍ତ ଯୋଗ ଦେଇଥିଲେ। 

Ad..


ଇସ୍କନ ମନ୍ଦିର ନିର୍ମାଣ ସ୍ଥଳରେ ଭୂମି ପୂଜନ ଓ ହୋମ୍  ପୂଜା ପ୍ରାୟ ୨ ଘଣ୍ଟା ହୋଇଥିବା ବେଳେ ଶତାଧିକ ଭକ୍ତ କର୍ତ୍ତା ଭାବେ ଯୋଗ ଦେଇଥିଲେ।ଆଜିଠାରୁ ମନ୍ଦିର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଭକ୍ତ ମାନେ ନିଃସ୍ୱାର୍ଥ ଭାବେ ସେବା କରୁଛନ୍ତି।

ପୂଜା କାର୍ଯ୍ୟ ଶେଷ ହେବା ପରେ ସମସ୍ତଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା। ଜଗମୋହନ ଶ୍ୟାମ ଦାସ ମହାରାଜ ମନ୍ଦିର ପ୍ରଚାରକ  ,ସୁବଳ ହରି, ଅମିତ ଲାଲା, ଅମିତ ଅଗ୍ରୱାଲ, ଆଶ୍ଵିନ ମେହେର, ମଣିଷ ଅଗ୍ରୱାଲ, ନିରାକାର ମେହେର, ଯୁଧିଷ୍ଠିର ବେହେରା, ମାଝୀନ୍ଦ୍ର ମହାନନ୍ଦ ପ୍ରମୁଖ ସହ ଅନ୍ୟ ଭକ୍ତ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇ କାର୍ଯ୍ୟ ଭାର ଗ୍ରହଣ କରିଥିଲେ।



Edited by k.s thakur...

Post a Comment

Previous Post Next Post