କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା ; ମୁଖ୍ୟ ଅଭିଯୁକ୍ତ ସହ ୪ ଗିରଫ...
ଢେଙ୍କାନାଳ,୨୩/୦୩(ନି.ପ୍ର): କାମାକ୍ଷାନଗରରେ ଜଙ୍ଗଲରୁ କଲେଜ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣା। ମୁଖ୍ୟ ଅଭିଯୁକ୍ତ ସହିତ ଅନ୍ୟ ୩ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ। ମୃତଦେହ ଉଦ୍ଧାର ହେବାର ୪୮ ଘଣ୍ଟା ଭିତରେ ମାମଲାର ପର୍ଦ୍ଦାଫାସ କରି ପୁଲିସ ୪ ଅଭିଯୁକ୍ତଙ୍କୁ ଗରିଫ କରାଯାଇଛି।
Ad..
ଏନେଇ ଢେଙ୍କାନାଳ ଏସପି ଅଭିନଵ ସୋନକାରକ୍ଷ ସୂଚନା ଦେଇଛନ୍ତି।ଛାତ୍ରୀଙ୍କ ପରୀକ୍ଷା ସରିଲା। କଲେଜ ପାଖରେ କାର୍ ଧରି ପହଞ୍ଚିଲା ପୁରୁଷ ବନ୍ଧୁ ଜଗା। ବୁଲାଇବାକୁ କହି କାର୍ରେ ନେଇଯାଇଥିଲା କାମାକ୍ଷାନଗରଠାରୁ କିଛିବାଟ ଖଟଖୁରା ଜଙ୍ଗଲକୁ। ସେଠାରେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲା।
Ad..
ଦୁଷ୍କର୍ମ ପରେ ରକ୍ତସ୍ରାବ ବନ୍ଦ ହୋଇନଥିଲା।ଡାକ୍ତରଖାନା ମଧ୍ୟ ନେଇନଥିଲା।ମାତ୍ରାଧିକ ରକ୍ତସ୍ରାବ କାରଣରୁ ଅଚେତ୍ ହୋଇପଡ଼ିଥିଲେ।ସେହି କାର୍ରେ ହିଁ ଛାତ୍ରୀଙ୍କ ଶରୀର ନିଶ୍ଚଳ ହୋଇପଡ଼ିଥିଲା।
ପରେ ମାମୁଁ ପୁଅ ଭାଇ ସାନଇନ୍ଦିପୁର ଗାଁର ଚନ୍ଦନ କୁମାର ନାଏକ, ପରଜଙ୍ଗ ଥାନା କୁମୁସି ଗାଁର ମଉସା ରସାନନ୍ଦ ନାଏକ ଏବଂ ସାଆନ୍ତରାପୁର ଗାଁର ଅନ୍ୟ ଜଣେ ସହଯୋଗୀ ମଦନ ମୋହନ ପାତ୍ର ସାରୁଆଳି ଜଙ୍ଗଲରେ ମୃତଦେହ ଫିଙ୍ଗିଦେଇ ଛୁ’ ମାରିଥିଲା ୩୮ ବର୍ଷୀୟ ପୁରୁଷ ବନ୍ଧୁ।
କାମାକ୍ଷାନଗର ନାବାଳିକା କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଏଭଳି ମର୍ମସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । ଛାତ୍ରୀଙ୍କ ପୁରୁଷବନ୍ଧୁ ବସ୍ କଣ୍ଡକ୍ଟର ଗଙ୍ଗାଧର ପାତ୍ର ଓରଫ୍ ଜଗାକୁ ଶନିବାର ପୁଲିସ୍ କାବୁ କରିବା ପରେ ସେ ପୂରା ତଥ୍ୟ ଓଗାଳିଛି ।
୩ ଦିନ ହେଲା ପୁଲିସ୍ ଆଖିରେ ଧୂଳି ଦେଇ ଫେରାର୍ ହୋଇଯାଇଥିବା ଜଗାକୁ ପୁଲିସ୍ ଗଡ଼ପଳାଶୁଣି ଅଞ୍ଚଳର ସମ୍ପର୍କୀୟଙ୍କ ଘରୁ କାବୁ କରିଥିବା ଜଣାଯାଇଛି। ପୁଲିସ୍ ବିଧିବଦ୍ଧ ଭାବେ ଏ ନେଇ କୌଣସି ସୂଚନା ଦେଇନଥିବା ବେଳେ ଅଭିଯୁକ୍ତକୁ କାବୁ କରି ପଚରାଉଚୁରା ଚଳାଇଛି।
ସହଯୋଗୀ ଅବସରପ୍ରାପ୍ତ ଶିକ୍ଷକ ମଉସା ଓ ମାମୁ ପୁଅ ଭାଇ ଉପସ୍ଥିତିରେ ଜେରା କରାଯାଇଥିଲା।ତାଠାରୁ ସମସ୍ତ ତଥ୍ୟ ପାଇବା ପରେ ପୁଲିସ୍ ଜଗାକୁ ଘଟଣାସ୍ଥଳକୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଇଛି।ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜଗାକୁ ପ୍ରଥମେ କାମାକ୍ଷାନଗର ଛକରୁ ଛାତ୍ରୀଙ୍କୁ ଆଣିଥିବା ସ୍ଥାନକୁ ନିଆଯାଇଥିଲା।
ସେଠାରେ କିଭଳି ଛାତ୍ରୀଙ୍କୁ ଆଣିଲା ଡେମୋ ଦେଖାଇଥିଲା।ପରେ ଖଟଖୁରା ଜଙ୍ଗଲକୁ ନିଆଯାଇଥିଲା।କିଭଳି ଛାତ୍ରୀଙ୍କ ସହ ଦୁଷ୍କର୍ମ କଲା, ରକ୍ତସ୍ରାବ ବନ୍ଦ ନହେବାରୁ କିଭଳି ବୁଝାସୁଝା କରିଥିଲା ତାହା ଦେଖାଇଥିଲା।ଡାକ୍ତରଖାନା ଯିବାକୁ ଛାତ୍ରୀ ରାଜି ନହେବାରୁ ସେ ଘରକୁ ନେଇ ଛାଡ଼ିଦେବାକୁ ପୁଣି କାମାକ୍ଷାନଗର ଛକକୁ ଆସିଥିବା କହିଥିଲା।
କାମାକ୍ଷାନଗର ଛକରେ ଚକୋଲେଟ, ଆଇସ୍କ୍ରିମ୍ ଖାଇବାକୁ ଦେବା ସହ ରକ୍ତସ୍ରାବ ହେଉଥିବାରୁ ସାନିଟାରୀ ନାପ୍କିନ୍ ପିନ୍ଧାଇଥିଲା। ସେଠାରୁ ସେ ଛାତ୍ରୀଙ୍କୁ ନେଇ ତାଙ୍କ ଗାଁ ଅଭିମୁଖେ ଯାଉଥିବା ବେଳେ ଗାଁଠାରୁ କିଛି ଦୂରରେ ଛାତ୍ରୀଙ୍କୁ ଛାଡ଼ିଦେବାକୁ କହିଥିଲା।
ମାତ୍ର ସେ ଚାଲିକି ଘରକୁ ଯାଇପାରିବେନି ବୋଲି କହିବାରୁ ସେଠାରୁ ସେ ଗାଡ଼ି ବୁଲାଇ ଫେରି ଆସିଥିଲା।ରକ୍ତସ୍ରାବ ହୋଇ ଚାଲିଥିବା ବେଳେ ସେହି କାର୍ ମଧ୍ୟରେ ହିଁ ଛାତ୍ରୀ ଚେତାଶୂନ୍ୟ ହୋଇପଡ଼ିଥିଲେ। ଏହା ପରେ ସେ ହଡ଼ବଡ଼େଇ ଯାଇଥିଲା।କ’ଣ କରିବ କିଛି ବୁଦ୍ଧି ଜୁଟିନଥିଲା।
ମଉସା ଓ ମାମୁ ପୁଅ ଭାଇଙ୍କ ସହଯୋଗରେ ଛାତ୍ରୀଙ୍କ ନିଶ୍ଚଳ ଶରୀରକୁ ନେଇ ରାତିରେ ସାରୁଆଳି ଜଙ୍ଗଲରେ କିଭଳି ମୃତଦେହ ପକାଇଲେ ତାହା ଦେଖାଇଥିଲା।ସେଠାରୁ ସେ ତରତର ହୋଇ ଚାଲି ଆସିଥିବା ବେଳେ ଗାଡ଼ିରେ ରହିଯାଇଥିବା ଛାତ୍ରୀଙ୍କ ଓଢ଼ଣି ଓ ଚପଲ ତେନ୍ତୁଳିସିଂହା ରାମିଆଳ ନଈ ବନ୍ଧରେ ପକାଇଥିବାରୁ ସେଠାକୁ ମଧ୍ୟ ନିଆଯାଇଥିଲା।
କ୍ରାଇମ୍ ସିନ୍ ରିକ୍ରିଏସନ୍ ବେଳେ କାମାକ୍ଷାନଗର ଏସଡିପିଓ ରଜନୀକାନ୍ତ ସାମଲ, ଆଇଆଇସି ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତି ଥିଲେ।ପୂର୍ବରୁ ହେପାଜତରେ ଥିବା ସହଯୋଗୀ ମଉସା, ମାମୁଁ ପୁଅ ଭାଇ ସାନଇନ୍ଦିପୁର ଗାଁର ଚନ୍ଦନ କୁମାର ନାଏକ, ପରଜଙ୍ଗ ଥାନା କୁମୁସି ଗାଁର ମଉସା ରସାନନ୍ଦ ନାଏକ ଏବଂ ସାଆନ୍ତରାପୁର ଗାଁର ଅନ୍ୟ ଜଣେ ସହଯୋଗୀ ମଦନ ମୋହନ ପାତ୍ର ସମେତ ମୁଖ୍ୟ ଅଭିଯୁକ୍ତ ଜଗାର ବୟାନ ରେକର୍ଡ କରାଇଥିବା ଜଣାଯାଇଛି।
ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ପୁଲିସ୍ ତଦନ୍ତ ଚଳାଇଛି।ତଦନ୍ତରେ ବାଧା ଉପୁଜିବା ଆଶଙ୍କାରେ ପୁଲିସ୍ ଏ ନେଇ କୌଣସି ସୂଚନା ଦେଉନାହିଁ। ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସବିଶେଷ ସୂଚନା ଦିଆଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, କାମାକ୍ଷାନଗରର ସ୍ଥିତ ଏକ କଲେଜରେ ଯୁକ୍ତ ଦୁଇ କଳା ପ୍ରଥମ ବର୍ଷରେ ପଢୁଥିବା ଜଣେ ଛାତ୍ରୀ ଗତ ୧୮ ତାରିଖ ତଥା ବୁଧବାର ପରୀକ୍ଷା ଦେବାକୁ ଆସି ଘରକୁ ଫେରି ନଥିଲେ । ଅପରାହ୍ଣରେ ଛାତ୍ରୀ ଏକ ଅଜଣା ନମ୍ବରରୁ ଗାଁର ଜଣେ ସାଙ୍ଗକୁ ଫୋନ୍ କରି ବସ୍ ନପାଇବାରୁ ଏକ କାର୍ରେ ଯାଉଥିବା କହି କଲ୍ କାଟି ଦେଇଥିଲେ।
ସନ୍ଧ୍ୟା ସୁଦ୍ଧା ସେ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିବା ବେଳେ ତାଙ୍କ ପତ୍ତା ପାଇନଥିଲେ।କଲ୍ ଆସିଥିବା ନମ୍ବର ଆଉ ଲାଗିନଥିଲା।ଗୁରୁବାର ପୂର୍ବାହ୍ନରେ କାମାକ୍ଷାନଗର ଥାନା ମହୁଲପାଳ-ଜିରାଳ ପୂର୍ତ୍ତ ରାସ୍ତାର ସାରୁଆଳି ଗାଁ ନିକଟ ଜଙ୍ଗଲରେ ଛାତ୍ରୀଙ୍କ ମୃତଦେହ ପଡ଼ିଥିଲା।
ନିକଟରେ ଛାତ୍ରୀଙ୍କ ବ୍ୟାଗ୍ ପଡ଼ିଥିବା ବେଳେ ପୋଷାକ ରକ୍ତରେ ଭିଜିଯିବା ସହ ଶରୀରରେ କ୍ଷତ ଚିହ୍ନ ରହିଥିଲା।ବଳାତ୍କାର ପରେ ତାଙ୍କୁ ମାରି ଫିଙ୍ଗି ଦିଆଯାଇଥିବା ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା।
Edited by k.s thakur...



