ଭୂତମୁଣ୍ଡା ଜୟ ବୁଢ଼ାରଜା କ୍ରିକେଟ କପ୍: ସାଇପଲାକୁ ହରାଇ ଢେଙ୍କିମୁଣ୍ଡା ଚମ୍ପିୟାନ...

ଭୂତମୁଣ୍ଡା ଜୟ ବୁଢ଼ାରଜା କ୍ରିକେଟ କପ୍: ସାଇପଲାକୁ ହରାଇ ଢେଙ୍କିମୁଣ୍ଡା ଚମ୍ପିୟାନ...



ପାଇକମାଳ,୦୧/୦୩(ବିଜୟ କୁମାର ସାହୁ): ପାଇକମାଳ ବ୍ଲକ୍ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡାରେ ଚାଲିଥିବା ୬ଷ୍ଠ ଜୟ ବୁଢ଼ାରଜା କ୍ରିକେଟ କପ ଉଦଯାପିତ ହୋଇଯାଇଛି। ରବିବାର ଦୁଇଟି ସେମିଫାଇନାଲ ସମେତ ଫାଇନାଲ ମ୍ୟାଚ ଖେଳାଯାଇଛି।

Ad..


ପ୍ରଥମ ସେମିଫାଇନାଲରେ ଛିନପାଣିକୁ ହରାଇ ସାଇପଲା ବିଜୟୀ ହୋଇଥିଲା। ଦ୍ବିତୀୟ ସେମିଫାଇନାଲରେ ଭୂତମୁଣ୍ଡାକୁ ହରାଇ ଢେଙ୍କିମୁଣ୍ଡା ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଥିଲା । ଢେଙ୍କିମୁଣ୍ଡା ଓ ସାଇପଲା ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଢେଙ୍କିମୁଣ୍ଡା ବିଜୟୀ ହୋଇ ଚମ୍ପିୟାନ ହୋଇଥିଲା। 

    Ad..


ନେପାଳ ମାଝୀ ଓ ହେମାନନ୍ଦ ବିଶ୍ୱାଳ ଖେଳ ପରିଚାଳନା କରିଥିଲେ। ଯଦୁମଣି ମାଝୀ ସ୍କୋରର ଥିବା ବେଳେ କୈଳାସ ମାଝୀ ଓ ସୌମ୍ୟରଞ୍ଜନ ମହାନ୍ତି ଧାରାବିବରଣୀ ପ୍ରଦାନ କରିଥିଲେ। 

ଉଦଯାପନୀ ଉତ୍ସବରେ ଅତିଥି ଭାବେ ଗ୍ରାମ୍ୟ କମିଟି ସଦସ୍ୟ ଜଗଦୀଶ ନାୟକ,ଲବ ପଟେଲ, ଭଗବାନ ମାଝୀ, ଲଳିତ ଜଗତ,ଫିରୋଜ ମହମ୍ମଦ,ମନ୍ମଥ ମହାନ୍ତି,ଭୋଜରାଜ ପଟେଲ, ଅଜିତ ପ୍ରଧାନ,ମିହିର ମହାନ୍ତି,ବିହାରୀ ପଟେଲ, ବାଳମୁକୁନ୍ଦ ପ୍ରଧାନ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ। 

ଏଥିରେ ଅମୀୟ ପ୍ରଧାନ, ଆଶିଷ ପ୍ରଧାନ, ଯଦୁମଣି ମାଝୀ, ଚକ୍ରଧର ପ୍ରଧାନ, ସାର୍ଥକ ମହାନ୍ତି, ହେମନ୍ତ ମାଝୀ,ଭରତ ଧରୁଆ,ସରଜୁ ବାରିକ,ଦିଲ୍ଲୀପ ବଢେଇ,ନୂତନ ନାଗ ସମେତ କ୍ଳବର କର୍ମକର୍ତ୍ତାମାନେ ପରିଚାଳନା ସହଯୋଗ କରିଥିବା ବେଳେ ଶେଷରେ ଅଜିତ ପ୍ରଧାନ ଧନ୍ୟବାଦ ଦେଇଥିଲେ।



Report : Bijay ku sahu

Edited by k.s thakur...

1 Comments

  1. If you are searching for the best nursing college in Dhenkanal and choosing the right institute is essential for a successful healthcare career. Synergy College of Nursing
    Is a reputed nursing college offers quality education to the students, experienced faculty, modern laboratories, and excellent clinical training opportunities. All Students gain practical skills and professional knowledge that prepare them for real-world medical environments. The best nursing college Dhenkanal focuses on academic excellence, personality development, and career placement support, helping aspiring nurses build a strong and rewarding future in the healthcare sector. Our institution provide placement in reputed hospitals in high package of salary you can get 8 LPA to 9 LPA. if you interested for admission please call once for inquiries.

    Contact us

    sietdkl@synergyinstitute.net
    06762-225905

    ReplyDelete
Previous Post Next Post