ଧାନ ବିକ୍ରି ନ ହେବାରୁ ମୋଟର ସାଇକେଲରେ ଆଣି ଜିଲ୍ଲାପାଳ ଅଫିସ ସମ୍ମୁଖ ରେ ପକାଇ ଧାରଣା...

ଧାନ ବିକ୍ରି ନ ହେବାରୁ ମୋଟର ସାଇକେଲରେ ଆଣି ଜିଲ୍ଲାପାଳ ଅଫିସ ସମ୍ମୁଖ ରେ ପକାଇ ଧାରଣା...


ବରଗଡ଼,୦୯/୦୩(ବିଜୟ କୁମାର ସାହୁ): ଆଉ ଗୋଟିଏ ଦିନ ପରେ ରବି ଋତୁ ଧାନ ବିକ୍ରି ପାଇଁ ପଞ୍ଜିକରଣ ଆରମ୍ଭ ହେବ ହେଲେ ଖରିଫ ଋତୁର ଧାନକିଣା ସରିନାହିଁ। ଭେଡେନ ବ୍ଲକ ସହରାଟିକ୍ରା ମଣ୍ଡି ଅନ୍ତର୍ଗତ ବହଲପାଲି, ତାଳମେଣ୍ଡା...

Ad..


ଦେକୂଳବା, ପାତରପଲି , ଦେହେରିପାଲି, ସାନପିପିଲି ପାଳି, ବଗର୍ତ୍ତିପାଲି, ଖଗସିପାଲି ଗ୍ରାମର ଚାଷୀମାନେ ନିଜ କଷ୍ଟ ଉପାର୍ଜିତ ଧାନ ବିକ୍ରି ନ ହେବାରୁ ମୋଟର ସାଇକେଲରେ ଆଣି ଜିଲ୍ଲାପାଳ ଅଫିସ ରେ ପକାଇ ଧାରଣାରେ ବସିଛନ୍ତି। ଏଠାରେ ପ୍ରକାଶ ଥାଉ ଯେ ଗତ ଅଗଷ୍ଟ ମାସରେ ଧାନ ବିକ୍ରି ପଞ୍ଜିକରଣ ପାଇଁ ଆବଶ୍ୟକ କାଗଜପତ୍ର ଦେଇ ଆବେଦନ କରିଥିଲେ।

     Ad.. 


ହେଲେ ପ୍ରଶାସନିକ ତ୍ରୁଟି କାରଣରୁ ପଞ୍ଜିକୃତ ହୋଇପାରିଲେନାହିଁ। ସେହି ଦିନ ଠାରୁ ଚାଷୀମାନେ ବାରମ୍ବାର ଅଫିସ ଅଫିସ ଧାଇଁ ଧାଇଁ ନୟନ୍ତ ହୋଇଗଲେଣି ହେଲେ ତାରିଖ ବ୍ୟତୀତ କୌଣସି ଉତ୍ତର ନାହିଁ। ବିଭିନ୍ନ ମଣ୍ଡି ମାନେ ବନ୍ଦ ହେବାକୁ ଗଲାଣି ହେଲେ ବଞ୍ଚିତ ଥିବା ଚାଷୀମାନଙ୍କ ଟୋକନ ଆସିନାହିଁ ବା ଧାନ କଣଯାଉନାହିଁ। 

ସେଥିପାଇଁ ଚାଷୀମାନେ ସାମୁହିକ ନିଷ୍ପତ୍ତି କରି 5 ତାରିଖରେ 15 ପାକେର୍ଟ ଧାନ ପକାଇ ଧାରଣାରେ ବସିଥିଲେ। ରାତିରେ ଘରକୁ ଯାଇ ପୁଣି ସକାଳୁ ଆସିଲା ବେଳେକୁ ଜିଲ୍ଲାପାଳ ଅଫିସରେ ଧାନ ନାହିଁ ପୋଲିସକୁ ପଚାରିଲେ ଜାଣି ନ ଥିବା ପ୍ରକାଶ କରିଛିନ୍ତି। 

ସରକାର ବାରମ୍ବାର ପ୍ରକୃତ ଚାଷୀଙ୍କ ଧାନ କିଣା ଯିବ ବୋଲି ବାହାସ୍ୱଟ ମାରୁଥିବାରୁ ଚାଷୀମାନେ ନିଜର କଷ୍ଟ ଉପାର୍ଜିତ ଧାନ ଧରି ଜିଲ୍ଲାପାଳ ଅଫିସରେ ପକାଇ ଧାରଣାରେ ବସିଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଏ ଆର ସି ଏସ ରାଧେ ମେହେର, ସି ଏସ ଓ ବଡ଼ମାଳି, ବ୍ୟାମକେଶ ମାଝୀ, ଅତିରିକ୍ତ ଉପ ଜିଲ୍ଲାପାଳ ମଦନଲାଲ ପଣ୍ଡା ଆସି ଦୁଇଦିନ ସମୟ ଦିଅନ୍ତୁ ବୋଲି କଥିଲେ। 

ହେଲେ ଚାଷୀମାନେ ମଧ୍ୟ ଧାନ ବିକ୍ରି ନ ହେବା ପର୍ଯ୍ୟାୟ ଏହି ଧାରଣା ଜାରି ରହିବ ବୋଲି ସ୍ୱଷ୍ଟ ଭାବରେ ଶୁଣାଇଦେଇଥିଲେ। ଏହି ଧାରଣାରେ ବିଭିନ୍ନ ଗ୍ରାମର ରୋହିତ ଭୋଇ, ମନୋଜ ଭୋଇ, ଅଚୁତାନନ୍ଦ ସାହୁ, କଳାକାର ଦେହେରୀ... 

ଲିଙ୍ଗରାଜ ଦେହେରୀ, ଜୀବର୍ଧନ ଦେହେରୀ, ଶ୍ରଦ୍ଧା କର୍ମୀ, ଫକୀର ସାହୁ, ସୌ୍ରିନାରାୟଣ ବେହେରା, ଗଦାଧର ଦେହେରୀ, ଲକ୍ଷ୍ମଣ ସାହୁ ସମେତ ସଂଯୁକ୍ତ କୃଷକ ସଂଗଠନର ରମେଶ ମହାପାତ୍ର, ରବିଶଙ୍କର ପଧାନ, ସୁରେଶ ନିକେଣ୍ଟି,ଯୋଗେଶ ପଧାନ,ନିରଞ୍ଜନ ପଧାନ ନେତୃତ୍ୱ ନେଉଥିବା ବେଳେ ବହୁଜନ ସମାଜ ପାର୍ଟି ର କର୍ମ କର୍ତ୍ତା ମାନେ ସମର୍ଥନ ଦେଇଛନ୍ତି।



Report : Bijay ku sahu

Edited by k.s thakur...

Post a Comment

Previous Post Next Post