ବିଭାଗ କରୁଛି କଣ ? ଜନସାଧାରଣ ରେ ପ୍ରଶ୍ନ ୨୦୦ କେଭି ଟ୍ରାନ୍ସଫର୍ମର ରୁ ମୁଲ୍ୟବାନ କଏଲ ଓ ତେଲ ଚୋରି...
ବରଗଡ଼,୨୬/୦୨(ବିଜୟ କୁମାର ସାହୁ): ବରଗଡ ଜିଲ୍ଲା ଭଟଲିରେ ଘଟିଛି ଏକ ଅଭାବନୀୟ ଘଟଣା। ଚୋରି କରିବାରେ ପ୍ରକୃତରେ ବହୁତ ଦମ୍ଭ ଦରକାର କିନ୍ତୁ ଜୀବନ କୁ ବାଜି ଲଗାଇ ଚୋରି କରିବା ଏକ ଅନନ୍ୟ ସାହାସ।
Ad..
ଏପରି ଏକ ଦୁଃସାହସ ଘଟଣା ଘଟିଛି ଭଟଲି ବସ୍ତି କଲ୍ୟାଣ ମଣ୍ଡପ ପାଖ ନିମ ବନ୍ଧ ନିକଟରେ। ପ୍ରାପ୍ତ ଖବର ଅନୁଯାୟୀ ନିମ ବନ୍ଧ ନିକଟସ୍ଥ ଉଚ୍ଚ କ୍ଷମତା ସପର୍ଣ୍ଣ ବିଦ୍ୟୁତ ଟ୍ରାନ୍ସଫର୍ମର ରୁ ମୁଲ୍ୟବାନ କଏଲ ଓ ତେଲ ଚୋରି କରାଯାଇଥିବା ଅଭିଯୋଗ ଭଟଲି ଥାନାରେ ହୋଇଛି।
ଗତକାଲି ବିଲମ୍ବିତ ରାତ୍ରୀରେ ସାରା ଭଟଲି ବାସୀ ନିଘୋଡ ନିଦ୍ରାରେ ଶୋଇଥିବା ବେଳେ ହଠାତ ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଇଥିଲା । ସକାଳେ ବିଦ୍ୟୁତ ବିଚ୍ଛିନ୍ନର ଅଭିଯୋଗ ପାଇ ଭଟଲି ବିଦ୍ୟୁତ ବିଭାଗୀୟ କର୍ମଚାରୀ ଯାଇ ଦେଖିଲାବେଳକୁ ଟ୍ରାନ୍ସଫର୍ମର ରୁ ମୁଲ୍ୟବାନ କଏଲ ଓ ତେଲ ଚୋରି ହୋଇଥିବା ଜଣା ପଡିଥିଲା।
ତେବେ ଏ ନେଇ ବିଭାଗ ତରଫରୁ ଭଟଲି ଥାନାରେ ଏକ ଚୋରି ଅଭିଯୋଗ କରାଯାଇଥିବା ଜଣାପଡିଛି। ଏହି ଟ୍ରାନ୍ସଫର୍ମରରୁ ଚୋରି ହୋଇଥିବା କଏଲ ଓ ତେଲ ମୁଲ୍ୟ ଆନୁମାନିକ ମୂଲ୍ୟ ୪ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଉପଖଣ୍ଡ ବିଦ୍ୟୁତ ଅଧିକାରୀ ବିଜୟ କୁମାର କିସାନ ସୂଚନା ଦେଇଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି ଯେ ବିଭାଗ କରୁଛି କଣ? ଚୋରି ପୂର୍ବରୁ ଟାଟା ପାୱାର ର କଣ ସଚେତନ ନୁହନ୍ତି ସୁରକ୍ଷା ବ୍ୟବସ୍ଥା କଣ ରହିଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଥାଉକି ଭଟଲି ଥାନା ସ୍ଥାନାନ୍ତରଣ ହେବା ପରେ ଚୋରି ଏବଂ ନିଶା କାରୋବାର ବୃଦ୍ଧି ପାଉଥିବାର ପରିଲକ୍ଷିତ ହେଉଛି।
ଏହା ସହିତ କୃଷି କ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ ତାର ଓ ଗଭୀର ନଳକୂପରେ ସଂଯୋଗ ହୋଇଥିବା ମୋଟର ପମ୍ପ ଇତ୍ୟାଦି ଚୋରି ବୃଦ୍ଧି ପାଇଥିବା ଅଭିଯୋଗ ବାରମ୍ବାର ହେଉଛି।ଏହାକୁ ଦୃଷ୍ଟିରେ ଭଟଲି ସହର ମଧ୍ୟସ୍ଥ ପୁୁରୁଣା ଥାନା ପରିସରରେ ଏକ ଫାଣ୍ଡି ସ୍ଥାପନ କରିବାକୁ ଜନ ସାଧାରଣରେ ଦାବି ହେଉଛି।
Edited by k.s thakur...


