ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ...

ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ...


ମୁରିବାହାଲ,୦୮/୦୨(ଶଙ୍କର ମାଝୀ): ୫୯ନଂ ଜାତୀୟ ରାଜପଥ ମୁରିବାହାଲ ବ୍ଲକର ଗୁରୁଣ୍ଡା ଏବଂ ଭୋଇପଡା ରାସ୍ତା ମଝି ବୁଲାଣି ଠାରେ ଏକ ଚାଉଳ ବୋଝେଇ ଟ୍ରକ AP39VA6066 ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି।

Ad..


ସେ ରାୟପୁର ରୁ ୩୫ଟନ ଚାଉଳ ନେଇ ଆନ୍ଧ୍ରପ୍ରଦେଶ ଯାଉଥିବାବେଳେ ଭୋର ୩ଟା ସମୟରେ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଏବଂ ଖଲାସୀ କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ।

Ad..



ଏବଂ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ତାକୁ ଟିଟିଲାଗଡ଼ ଡାକ୍ତରଖାନାକୁ ପଠା ଯାଇଥିଲା। ପରେ ମୁରିବାହାଲ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି।


Report : Shankar majhi

Edited by k.s thakur...

Post a Comment

Previous Post Next Post