ବାର୍ଷିକ ସମାବେଶରେ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ନେଲେ ଆଦିବାସୀ ଗୋଁଣ୍ଡ ସମାଜ...
ପଦ୍ମପୁର,୦୯/୦୨(ବିଜୟ କୁମାର ସାହୁ): ବର୍ତ୍ତମାନ ସାରା ଦୁନିଆରେ ମଦ ଏକ ବ୍ୟାଧି ରୂପେ ପରିଗଣିତ ହୋଇଥିବା ବେଳେ ଏହାକୁ ସାମାଜିକ ସ୍ତରରେ ପ୍ରତିବନ୍ଧକ ସୃଷ୍ଟି କରି ବନ୍ଦ କରିବାର ଏକ ଅଭିନବ ପ୍ରୟାସ ଜାରି ରଖି ଶପଥ ନେଇଛନ୍ତି ଗୋଁଣ୍ଡ ସମାଜ।
Ad..
ଆଦିବାସୀ ଜନଜାତିରେ ମଦ ଏକ ବ୍ୟାଧି ରୂପେ ପରିଣତ ହୋଇଥିବାରୁ ଏହା ସାଧାରଣରେ ମୂଲ୍ୟବାନ ଜନଜୀବନ କୁ ପ୍ରଭାବିତ କରୁଛି। ସାଧାରଣତଃ ଆଜିକାର ଯୁବ ସମାଜ ମଦ ନିଶା ପ୍ରତି ଆକୃଷ୍ଟ ହୋଇ ବିପଥଗାମୀ ହୋଇ ପଡୁଛନ୍ତି।ଏପରି ସ୍ଥଳରେ ଆଜି ଗୋଁଣ୍ଡ ସମାଜ ପୁରେନା ସର୍କଲ ର ବାର୍ଷିକ ସମାବେଶ ଅନୁଷ୍ଠିତ ହୋଇଥିଲା।
Ad..
ସର୍କଲ ସଭାପତି ଦୁର୍ଯୋଧନ ପୁଟା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସାଧାରଣ ଗୁରୁତ୍ଵପୂର୍ଣ୍ଣ ବୈଠକରେ ମୁଖ୍ୟ ଅତିଥି ଭାବେ ବ୍ଲକ ସଭାପତି ଗଜରାଜ ସିଂ ପୁଟା,ସମ୍ମାନିତ ଅତିଥି ଶୁକଦେବ ମାଝୀ ଓ ବୋଡ଼ାସମ୍ବର ସଭାପତି ଅମର ସିଂ ଧରୁଆ, ବିଭିଷଣ ଦିୱାନା, ଗୌରସନ ଦାଉ, ଆନନ୍ଦ ପୁଟା,ରାମଦାଷ ଭୋଏ, ସୁବ୍ରତ ଦିୱାନ, ରୁକ୍ମଣ ଧରୁଆ...
ଗୋବର୍ଦ୍ଧନ ପୁଟା, ଜୟଲାଲ ମରେଇ, ଟେଙ୍ଗନୁ ଧରୁଆ, ପ୍ରଭୁନନ୍ଦ ଧରୁଆ, ଦୁବଲ ମାଝୀ, ଶୁକଲାଲ ଦାଉ,ସମେତ ମହିଳା ନେତ୍ରୀ ସୂର୍ଯ୍ୟ ଧରୁଆ,କୌଶଲ୍ୟା ଧରୁଆ, ଝୁନିଆ ପୁଟା, ସାତମତି ପୁଟା, ହେମଲତା ଧରୁଆ,ଯମୁନା ଦାଉ କାଞ୍ଚନ ନେତାମ, ଶୁକମେତ ଧରୁଆ,ପ୍ରମୁଖ ଯୋଗ ଦେଇଥିଲେ।
ବାର୍ଷିକ ସମାବେଶରେ ଶିକ୍ଷା,ସ୍ବାସ୍ଥ୍ୟ, ବିବାହ,ସାମାଜିକ ରୀତିନୀତି,ଆୟ ବ୍ୟୟ ଉପରେ ଆଲୋଚନା ହୋଇଥିଲା।ଏହାସହ ସାଧାରଣତଃ ସମାଜରେ ବର୍ତ୍ତମାନ ମଦ ଏକ ବ୍ୟାଧି ରୂପେ ପରିଗଣିତ ହୋଇଥିବା ହେତୁ ସମାଜ ପ୍ରତି ବିପଦ ଜନକ ପରିସ୍ଥିତି ପାଇଁ ଦେଖାଦେଇଛି, ଏପରି ସ୍ଥଳରେ ଏକ ନିଶା ମୁକ୍ତ ସମାଜ ଗଠନ ଦିଗରେ ପଦକ୍ଷେପ ନେବାକୁ ଆଦିବାସୀ ଗୋଁଣ୍ଡ ସମାଜ ନିଷ୍ପତ୍ତି ନେଇ ଶପଥ କରିଥିବା ସଂପାଦକ ବିଜୟ ସିଂ ଭୁଏ କହିଛନ୍ତି।
Report : Bijay ku sahu
Edited by k.s thakur...
Tags:
Bargarh
bargarh news
latest news
latest update
odisha daily current affairs
odisha news
padamapur



