ଝାରସୁଗୁଡ଼ା ଥାନା ସମ୍ମୁଖରେ ଟିପର୍-ବୋଲେରୋ ଧକ୍କା; ୫ ପୋଲିସ କର୍ମଚାରୀ ମୃତ...

ଝାରସୁଗୁଡ଼ା ଥାନା ସମ୍ମୁଖରେ ଟିପର୍-ବୋଲେରୋ ଧକ୍କା; ୫ ପୋଲିସ କର୍ମଚାରୀ ମୃତ...


ଝାରସୁଗୁଡ଼ା,୨୩/୦୨(ନି.ପ୍ର): ଝାରସୁଗୁଡା ସଦର ଥାନା ସମ୍ମୁଖରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟିପର୍-ପୋଲିସ ବୋଲେରୋ ଭିତରେ ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ୫ ପୋଲିସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣହାନି ଘଟିଥିବା ସୂଚନା ମିଳିଛି। 

       Ad..


ଏହି ଦୁର୍ଘଟଣାରେ ଅନ୍ୟ ୩ ଜଣ ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଭୋର ସକାଳେ ବିପରୀତ ଦିଗରୁ ଆସୁଥିବା ଏକ ବେପରୁଆ ଟ୍ରଲର ସହ ପୋଲିସ ବୋଲେରୋର ପ୍ରଚଣ୍ଡ ଧକ୍କା ହୋଇଥିଲା। ଧକ୍କାର ତୀବ୍ରତା ଏପରି ଥିଲା ଯେ ବୋଲେରୋ ଗାଡିଟି ସମ୍ପୂର୍ଣ୍ଣ ଭାବେ ଚୂରମାର ହୋଇଯାଇଥିଲା।

ସ୍ଥାନୀୟ ଲୋକ ଓ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଗାଡି ଭିତରୁ ମୃତଦେହଗୁଡିକୁ ବାହାର କରିଥିଲେ। ଆହତମାନଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।ମୃତକମାନେ ହେଲେ କାଶୀରାମ ଭୋଇ (APR), ନିରଞ୍ଜନ କୁଜୁର (ଡ୍ରିଲ ସବ-ଇନ୍ସପେକ୍ଟର), ଦେବଦତ୍ତ ସା (APR), ଲିଙ୍ଗରାଜ ଧୂରୁଆ (APR ହାବିଲଦାର), ଭକ୍ତବନ୍ଧୁ ମିର୍ଧା (ହୋମ ଗାର୍ଡ)।

ସେହିପରି ଦୁର୍ଘଟଣାରେ ଅନ୍ୟ ତିନି ଜଣ, ଦୁଇ ଜଣ ଏପିଆର କର୍ମଚାରୀ ଏବଂ ଜଣେ ସର୍ଜେଣ୍ଟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ପଠାଯାଇଛି, ଯେଉଁଠାରେ ସେମାନେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। 

ହସ୍ପିଟାଲ ସୂତ୍ରରୁ ଜଣାପଡିଛି ଯେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେମାନଙ୍କୁ ନିକଟତର ଡାକ୍ତରୀ ତଦାରଖରେ ରଖାଯାଇଛି।ଘଟଣା ସୂଚନା ପରେ ପୋଲିସ ବିଭାଗ ଓ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। 

ଉଚ୍ଚପଦସ୍ଥ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଟ୍ରଲର ଚାଳକଙ୍କୁ ଅଟକ ରଖାଯାଇଥିବାବେଳେ ଗାଡିଟିକୁ ଜବତ କରି ପୋଲିସ ତଦନ୍ତ ଆରମ୍ଭ କରିଛି।



Edited by k.s thakur...

Post a Comment

Previous Post Next Post