୧୪ କ୍ବିଣ୍ଟାଲ ୫୦ କେଜି ଗଂଜେଇ ଜବତ, ୭ ଗିରଫ...

୧୪ କ୍ବିଣ୍ଟାଲ ୫୦ କେଜି ଗଂଜେଇ ଜବତ, ୭ ଗିରଫ...



ବୌଦ୍ଧ,୨୩/୦୨(ନି.ପ୍ର)ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ ବୌଦ୍ଧ ଜିଲ୍ଲାରେ ଗଂଜେଇ ମୁକ୍ତ ଅଭିଯାନ ଆରମ୍ଭ କରିଥିବା ବେଳେ ଜିଲ୍ଲା ପୁଲିସ ପକ୍ଷରୁ ବିପୁଳ ପରିମାଣର ଗଂଜେଇ ଜବତ କରାଯାଉଛି।
       Ad..
ରବିବାର ବୌଦ୍ଧ ପୁଲିସ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରି ୧୪ କୁଣ୍ଟlଲ ୫୦ କେଜି ଗଂଜେଇ ଜବତ କରିଛି। ଏହାସହ ୭ ଜଣ ଗିରଫ ହୋଇଛନ୍ତି। ଏନେଇବୌଦ୍ଧ ଥାନା ଅଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ,ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ଗଂଜେଇ ଚାଲାଣ ହେଉଥିବା ନେଇ ବୌଦ୍ଧ ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ବାମଣ୍ଡା ନିକଟରେ ଏକ କାରକୁ ଅଟକାଇ ପୁଲିସ ଯାଞ୍ଚ ରିଥିଲା।

ଗାଡି ମଧ୍ୟରୁ ୫୦ କିଲୋ ଗଂଜେଇ ଜବତ କରିବା ସହ ଗାଡିରେ ଥିବା ବାଣପୁରର ଭକ୍ତିପ୍ରସାଦ ଦାଶଙ୍କୁ ଗିରଫ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି।

ସେହିପରି ବଘିଆପଡା- ଲାଣ୍ଡିବନ୍ଧ ରାସ୍ତାର ପନ୍ଥେଇ ନିକଟରେ ଗଂଜେଇ ଚାଲାଣ ପାଇଁ ଜମା କରି ରଖାଯାଇଥିବା ବେଳେ ବୌଦ୍ଧପୁଲିସ ବିଶ୍ୱସ୍ତ ସୁତ୍ରରୁ ସୂଚନା ପାଇ ଅତର୍କିତ ଭାବରେ ଚଢାଉ କରିଥିଲା। 

ଉକ୍ତ ସ୍ଥାନରୁ ୧୪ କୁଣ୍ଟlଲ ଗଂଜେଇ ଜବତ କରିଥିବାବେଳେ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପୁଲିସ ତଦନ୍ତ ଚଳାଇଛି। ତଦନ୍ତରେ ବାଧା ଆସିବା ଯୋଗୁଁ ପୁଲିସ ଅଭିଯୁକ୍ତଙ୍କ ନାମ ଗୋପନ ରଖିଛି।





Edited by k.s thakur...

Post a Comment

Previous Post Next Post