କିଶୋରୀଙ୍କୁ ମିଳିବ ସର୍ଭିକାଲ୍ କ୍ୟାନ୍ସର ଟୀକା, ୨୮ରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ...
ଭୁବନେଶ୍ୱର,୨୬/୦୨(ନି.ପ୍ର): କିଶୋରୀଙ୍କୁ ମିଳିବ ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟୀକା । କିଶୋରୀମାନଙ୍କୁ ସର୍ଭାଇକାଲ୍ କ୍ୟାନ୍ସରରୁ ସୁରକ୍ଷିତ ରଖିବା ପାଇଁ ଖୁବଶୀଘ୍ର ସାରା ଭାରତରେ HPV ବା ହ୍ୟୁମାନ ପାପିଲୋମା ଭାଇରସ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି।
Ad..
ଓଡ଼ିଶାରେ ଆସନ୍ତା ୨୮ ତାରିଖରେ ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ୧୪ ବର୍ଷ ଯାଏଁ ଝିଅଙ୍କୁ ସିଙ୍ଗଲ ଡୋଜ୍ ଦିଆଯିବ।୧୪ରୁ ବାହାଘର ପର୍ଯ୍ୟନ୍ତ ୩ଟି ଡୋଜ୍ ଦିଆଯିବ।
ଏନେଇ ଗାଇଡଲାଇନ୍ ଆଣିଛନ୍ତି କେନ୍ଦ୍ର ସରକାର।ସରକାରଙ୍କ ଏହି ଯୋଜନା ମାଧ୍ୟମରେ ପ୍ରତିବର୍ଷ ଦେଶର ପ୍ରାୟ ୧.୧୫ କୋଟି ୧୪ ବର୍ଷର କିଶୋରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଟିକାକରଣ କରାଯିବ ଏବଂ ଏହି ସୁବିଧା ସମସ୍ତ ସରକାରୀ ଡାକ୍ତରଖାନାରେ ଉପଲବ୍ଧ ହେବ।
ସେହିପରି ୨୦୨୬-୨୭ ଆର୍ଥିକ ବର୍ଷରେ ମୁଖ୍ୟମନ୍ତ୍ରୀ କର୍କଟ ଚିକିତ୍ସା ଅଭିଯାନ ଆରମ୍ଭ କରିବେ।ଏଥିରେ ୩୧୧ କୋଟି ଟଙ୍କା ଖର୍ଚ୍ଚ ହେବ।ଯେଉଁଥିରେ ସବୁ ପ୍ରକାର କର୍କଟ ରୋଗ ପ୍ରତିହତ କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।
Edited by k.s thakur...


