୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଟାଟା ପାୱାର କନିଷ୍ଠ ଯନ୍ତ୍ରୀ...
ମାଲକାନଗିରୀ,୦୪/୦୨(ନି.ପ୍ର): ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଟାଟା ପାୱାର ମାଲକାନଗିରୀ ଡିଭିଜନର ଜୁନିୟର ଇଞ୍ଜିନିୟର ପ୍ରଦେଶ ପ୍ରସାଦ ନାୟକ।
Ad..
ଏକ ଇଟା କମ୍ପାନୀକୁ ବିଦ୍ୟୁତ ଲାଇନ୍ କନେକ୍ସନ୍ ଦେବା ପାଇଁ ସେ ଭଞ୍ଜକିଶୋର ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ମାଧ୍ୟମରେ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ମିଳିଥିଲା।ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଏକ ଯୋଜନାବଦ୍ଧ ଫାନ୍ଦ ପକାଇଥିଲେ।
Ad..
ଅଭିଯୁକ୍ତ ଯନ୍ତ୍ରୀ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ତାଙ୍କୁ ରଙ୍ଗେ ହାତ ଧରିଥିଲା ଭିଜିଲାନ୍ସ। ପରେ ତାଙ୍କ ହାତରୁ ଲାଞ୍ଚ ୨୦ହଜାର ଟଙ୍କା ଜବତ କରାଯାଇଛି।ଘଟଣା ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
Ad..
ଏହି ଘଟଣା ପରେ ବିଦ୍ୟୁତ୍ ବିଭାଗରେ ମଧ୍ୟ ହଜାର ହଜାର ଟଙ୍କା ଲାଞ୍ଚଖୋରୀ ଓ ଦୁର୍ନୀତି ହେଉଥିବା ପୁନର୍ବାର ଚର୍ଚ୍ଚା ଜୋର୍ ଧରିଛି।
Edited by k.s thakur...
Tags:
junior engineer
latest news
latest update
malkangiri
odisha daily current affairs
odisha news
tata power
vigilance




