କଣ୍ଟାବାଞ୍ଜି ରାଜସ୍ୱ ମେଳା କାର୍ଯ୍ୟକ୍ରମରେ ପଟ୍ଟା ଓ ଭତ୍ତା ବଣ୍ଟନ...
କଣ୍ଟାବାଞ୍ଜି,୦୪/୦୧(ନି.ପ୍ର): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଡାକ ବଙ୍ଗଳା ଠାରେ ରାଜସ୍ୱ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କଣ୍ଟାବାଞ୍ଜି ତହସିଲଦାର ବିସନାଥ ଖାଲଖୋ ଓ ତୁରେକେଲା ବ୍ଲକ ବିଡ଼ିଓ ପୁର୍ନନନ୍ଦ ପୁଟେଲଙ୍କ ନେତୃତ୍ୱରେ କଣ୍ଟାବାଞ୍ଜି ସହର ଓ ତୁରେକେଲା ବ୍ଲକ ଅନ୍ତର୍ଗତ...
Ad..
ବିଭିନ୍ନ ଗ୍ରାମର ଯୋଗ୍ୟ ହିତାଧିକାରୀଙ୍କ ସହ ବିଭିନ୍ନ ବିଦ୍ୟାଳୟର ପଟ୍ଟା ବଣ୍ଟନ ସହ ତୁରେକେଲା ବ୍ଲକର ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ବିଧବା , ବିକଳାଙ୍ଗ ଭତ୍ତା କରାଯାଇଛି ।
Ad..
ଏହି କାର୍ଯ୍ୟକ୍ରମ ସ୍ଥାନୀୟ ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାଭେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୋଟ ୨୪୨ ଜଣ ହିତାଧିକାରୀଙ୍କୁ ପଟ୍ଟା ସହ ୨୫୩ ଜଣଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା।
Ad..
କାର୍ଯ୍ୟକ୍ରମ କୁ ସୁରୁ ଖୁରୁ ଭାବେ ପରିଚାଳନା କରିବା ସହ ଅନ୍ୟ ବ୍ୟବସ୍ଥା ପାଇଁ ତହସିଲ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀଙ୍କ ସହ କଣ୍ଟାବାଞ୍ଜି ଅତିରିକ୍ତ ତହସିଲଦାର ସୌମ୍ୟରଞ୍ଜନ ରାଉତ ଦାୟିତ୍ୱ ତୁଲାଇଥିଲେ। ଶତାଧିକ ହିତାଧିକାରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।
Edited by k.s thakur...
Tags:
kantabanji
lakshman bag
latest news
latest update
MLA
odisha daily current affairs
odisha news
patta distribution
rajaswa mela
sub collector




