ଫାଲ୍ଗୁନ ଦଶମୀରେ ବରଗଡ଼ରେ ହେବ ଶ୍ରୀ ଶ୍ୟାମ ପ୍ରଭୁଙ୍କ ଭବ୍ୟ ଜାଗରଣ...

ଫାଲ୍ଗୁନ ଦଶମୀରେ ବରଗଡ଼ରେ ହେବ ଶ୍ରୀ ଶ୍ୟାମ ପ୍ରଭୁଙ୍କ ଭବ୍ୟ ଜାଗରଣ...

ବରଗଡ଼,୨୩/୦୨(ବିଜୟ କୁମାର ସାହୁ): ଭାରତର  ଦ୍ୱିତୀୟ ଧାମ ଶ୍ରୀ ଶ୍ୟାମ ଧାମ ଭଟଲି ଙ୍କ ଆରାଧ୍ୟ ବାବା ଶ୍ୟାମଙ୍କ ପାବନ ଫାଲ୍ଗୁନ ଦଶମୀ ଅବସରରେ ବରଗଡ଼ ସହରରେ ଅବସ୍ଥିତ "ସ୍ୱୟଂ ସିଦ୍ଧା ଭବନ"ରେ ଶ୍ରୀ ଶ୍ୟାମ ପରିବାର ପକ୍ଷରୁ ଭବ୍ୟ ଶ୍ରୀ ଶ୍ୟାମ ଫାଗୁନ ମହୋତ୍ସବ ଓ ଜାଗରଣ ଆୟୋଜିତ ହେବ।

Ad..


ଶ୍ରୀ ଶ୍ୟାମ ପରିବାରର ଅଧ୍ୟକ୍ଷ କିଶନ ଲାଲ ଅଗ୍ରୱାଲଙ୍କ ତଥ୍ୟ ଅନୁସାରେ, ଫାଲ୍ଗୁନ ଦଶମୀ ସନ୍ଧ୍ୟା ୬ଟାରେ ବାବା ଶ୍ୟାମଙ୍କ ଭବ୍ୟ ଅଲୌକିକ ଶୃଙ୍ଗାର କରାଯିବ ଏବଂ ଯଜମାନ ମାନଙ୍କ ଦ୍ୱାରା ବିଧିବତ ପୂଜା-ଅର୍ଚ୍ଚନା ସମ୍ପନ୍ନ ହେବ। ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳିତ କରି ଭକ୍ତମାନଙ୍କୁ ବାବା ଶ୍ୟାମଙ୍କ ଦିବ୍ୟ ଦର୍ଶନର ସୁଯୋଗ ଦିଆଯିବ।

ଏହାପରେ ଭାରତର ସୁପ୍ରସିଦ୍ଧ ଭଜନ ଗାୟକ ଋତିକ ଗୁପ୍ତା (ଦିଲ୍ଲୀ), ଭାବନା ସ୍ୱରାଞ୍ଜଳି (ଦିଲ୍ଲୀ), ରାଜୀବ ପୁରୀ (ସମ୍ବଲପୁର), ସୁରେଶ ମୁନ୍ଦଡା (ସମ୍ବଲପୁର) ଏବଂ କୋଲକାତାର ଦିବ୍ୟ ଝାଙ୍କି ତାନିଆ ଏଣ୍ଡ ଗ୍ରୁପ ତାଙ୍କ ଭକ୍ତିମୟ ସଂଗୀତ ପ୍ରସ୍ତୁତି ଦ୍ୱାରା ଅଧରାତି ପର୍ଯ୍ୟନ୍ତ ଭକ୍ତମାନଙ୍କୁ ଭକ୍ତି ରସରେ ମଗ୍ନ କରିବେ।

ପାବନ ଫାଲ୍ଗୁନ ଏକାଦଶୀ ପ୍ରଭାତ ୩ଟାରେ କାର୍ଯ୍ୟକ୍ରମ ସ୍ଥଳରୁ ଭଟଲି ଧାମ ପର୍ଯ୍ୟନ୍ତ ଭବ୍ୟ ନିଶାନ ପଦଯାତ୍ରାରେ ବିଦାୟ ସମାରୋହ ଅନୁଷ୍ଠିତ ହେବ । ଯେଉଁ ଭକ୍ତମାନେ ବାବା ଶ୍ୟାମଙ୍କୁ ନିଶାନ ଅର୍ପଣ କରିବାକୁ ଇଚ୍ଛୁକ  ସେମାନେ ଶ୍ରୀ ଶ୍ୟାମ ପରିବାର, ବରଗଡ଼ ସହ ସମ୍ପର୍କ କରି ନିଶାନ କୂପନ ସଂଗ୍ରହ କରିପାରିବେ।

କାର୍ଯ୍ୟକ୍ରମ ସମୟରେ ବାବା ଶ୍ୟାମଙ୍କୁ ଛପ୍ପନ ଭୋଗ ଅର୍ପଣ କରାଯିବ। ସେପରି ସବାମଣି ପ୍ରସାଦ ଓ ଭକ୍ତମାନଙ୍କ ପାଇଁ ବିଶାଳ ଭଣ୍ଡାରାର ବ୍ୟବସ୍ଥା ରହିଛି। ବାହାରରୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଶ୍ରୀ ବ୍ରାହ୍ମଣ ସାଂସ୍କୃତିକ ପରିଷଦରେ ରହିବା ବ୍ୟବସ୍ଥା କରାଯାଇଛି।

ଶ୍ରୀ ଶ୍ୟାମ ପରିବାରର ସଚିବ ନିର୍ମଳ ଅଗ୍ରୱାଲ ସମସ୍ତ ଶ୍ରଦ୍ଧାଳୁଙ୍କୁ ବିଶେଷ ଅନୁରୋଧ କରିଛନ୍ତି ଯେ, ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରନ୍ତୁ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post