ହିନ୍ଦୁ ସମ୍ମିଳନୀ ମହାସମାରୋହ ଅନୁଷ୍ଠିତ...
ମୟୂରଭଞ୍ଜ,୨୩/୦୨(ନି.ପ୍ର):ଆଙ୍କର-ବିଶୋଇ ଖଣ୍ଡ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଆଜି ବିଶୋଇ ଠାରେ ଭବ୍ୟ ହିନ୍ଦୁ ସମ୍ମିଳନୀ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଆଜି ପୂର୍ବାହ୍ନରେ ଏକ ବିଶାଳ ରାଲି ଶିବ ମନ୍ଦିର ଠାରୁ ବାହାରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା।
Ad..
ସମଗ୍ର ହିନ୍ଦୁ ସମାଜ ସଂଗଠିତ ହୋଇ ରାଷ୍ଟ୍ରର ସୁରକ୍ଷା କରିବା ଏକାନ୍ତ ଆବଶ୍ୟକ ବୋଲି ବକ୍ତା ଗଣ ନିଜ ଅଭିଭାଷଣରେ କହିଥିଲେ।ହିନ୍ଦୁଙ୍କ ସ୍ବ ଜାଗରଣ,ସାମାଜିକ ସମରସତ୍ତା,ପର୍ଯ୍ୟାବରଣ,ନାଗରିକ କର୍ତ୍ତବ୍ୟ,ସହନଶକ୍ତିର ଜାଗରଣ ଭଳି ପଞ୍ଚ ପରିଵର୍ତନ ଆବଶ୍ୟକ ବୋଲି ମୁଖ୍ୟଅତିଥି ମନୀନ୍ଦ୍ର ସୁନ୍ଦର ଦାସ କହିଥିଲେ।
ଅନ୍ୟତମ ଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦର ରାଇରଙ୍ଗପୁର ଶାଖା ସମ୍ପାଦକ ଯଦୁ ବାବା,ଆରଏସଏସ ର ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତା ସସ୍ମିତା ଟୁଡୁ,ଆରଏସଏସର ବିଶୋଇ ଖଣ୍ଡ ସଂଘ ଚାଳକ ଛାୟାକାନ୍ତ ଗିରି ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।ସହଦେଵ ବେହେରା ଅତିଥି ପରିଚୟ କରିଥିବା ବେଳେ ଗୁରୁଜୀ ମିହିର ରାଜ ଧନ୍ୟବାଦ ଅର୍ପଣ କରିଥିଲେ।
Edited by k.s thakur...
Tags:
hindu sammilani
latest news
latest update
mayurbhanja
odisha daily current affairs
odisha news


