ସଡ଼କ ଦୁର୍ଘଟଣାରେ ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ...

ସଡ଼କ ଦୁର୍ଘଟଣାରେ ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ...


କଣ୍ଟାବାଞ୍ଜି,୨୭/୦୨(ନି.ପ୍ର):ବଲାଙ୍ଗୀର ଜିଲା ତୁରେକେଲା ଥାନା ବୁଢୀବାହାଲ ଗାଁ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ଶଳା, ଭିଣୋଇଙ୍କ ମୃତ୍ୟୁ ହୋଇଛି।ବୁଧବାର ରାତିରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।

Ad..


ସୂଚନା ଅନୁସାରେ, ୨ଜଣ ଶଳା ଓ ଭିଣୋଇ ଏକ ମଟର ସାଇକେଲ ଯୋଗେ ଡ଼ୁମେରଚୁଆଁ ଗାଁକୁ ଏକ ମୃତ ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ।ସେଠାରେ କାମ ସାରି ରାତିରେ ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିବା ଥିବା ବେଳେ ଦୁର୍ଘଟଣା ହୋଇଥିଲା। 

ଭିଣୋଇ ହରେଶ ମାଝୀ ଓ ତାଙ୍କ ଶଳା ବେଦ ପୁଝାରୀ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ଜଣେ ୧୨ ବର୍ଷ ଶିଶୁ ଗୁରୁତର ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି। 

ଖବର ପାଇ ଦୁର୍ଘଟଣା ସ୍ଥଳରେ ତୁରେକେଲା ପୋଲିସ ପହଞ୍ଚି ୨ଶବକୁ ଜବତ କରିଛି। କିପରି ଦୁର୍ଘଟଣା ହେଲା ତାକୁ ନେଇ ପୋଲିସ ଛାନ୍ ବିନ୍ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ। 

ପୋଲିସ ଗୋଟିଏ ମାମଲା ୩୯/୨୦୨୬ ରୁଜୁ କରି ଅଧିକ ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଛି ବୋଲି ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।



Edited by k.s thakur...

Post a Comment

Previous Post Next Post