ରାଜ୍ୟସଭା ନିର୍ବାଚନ ପାଇଁ ଦିନେ ଦୁଇ ଦିନରେ ପ୍ରାର୍ଥୀ ଘୋଷଣା କରିବ ବିଜେପି...
ଭୁବନେଶ୍ଵର,୨୭/୦୨(ନି.ପ୍ର): ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଛି ।ଏବେ ଖାଲି ପ୍ରାର୍ଥୀ ଘୋଷଣା ବାକି ରହିଛି ।ତେବେ ଖୁବଶୀଘ୍ର ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଜେପି ପ୍ରାର୍ଥୀ ଘୋଷଣା କରିପାରେ।
Ad..
ଏ ନେଇ ଆଜି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର।ସେ କହିଛନ୍ତି ଯେ ବିଜେପି ଖୁବ ଶୀଘ୍ର ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ। ଆଜି କାଲି ଭିତରେ ସଂସଦୀୟ ବୋର୍ଡ ବୈଠକ ବସିବ। କିଏ ରାଜ୍ୟସଭା ଯିବ ବୈଠକରେ ନିଷ୍ପତ୍ତି ହେବ।
କୋର୍ କମିଟି ବୈଠକ ଶେଷ ହୋଇଛି।ସମ୍ଭାବ୍ୟ ପ୍ରାର୍ଥୀ କୋର୍ କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ସଂସଦୀୟ ବୋର୍ଡକୁ ପଠାଯାଇଛି। ଶେଷ ନିଷ୍ପତ୍ତି ସଂସଦୀୟ ବୋର୍ଡ ନେବ। ଦିନେ ଦୁଇ ଦିନ ଭିତରେ ନାଁ ଘୋଷଣା ହୋଇପାରେ।ସୂଚନା ଯୋଗ୍ୟ; ଏପ୍ରିଲରେ ରାଜ୍ୟସଭାର ଓଡ଼ିଶାର ୪ଟି ଆସନ ଖାଲି ହେଉଛି।
ବିଜେଡ଼ିର ଦୁଇ ସାଂସଦ ମୁନ୍ନା ଖାଁ ଓ ନିରଞ୍ଜନ ବିଶି ଏବଂ ବିଜେପିର ଦୁଇ ସାଂସଦ ସୁଜିତ କୁମାର ଓ ମମତା ମହାନ୍ତଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।ଆଜି ରାଜ୍ୟସଭାରେ ଓଡ଼ିଶା ସମେତ ୧୦ ରାଜ୍ୟର ଖାଲି ହେବାକୁ ଥିବା ୩୭ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।
ନାମାଙ୍କନ ପ୍ରକ୍ରିୟା ଗତକାଲି ଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୫ ପର୍ଯ୍ୟନ୍ତ ଚାଲିବ। ନାମାଙ୍କନ ପତ୍ର ଯାଞ୍ଚ ମାର୍ଚ୍ଚ ୬ ତାରିଖ ପାଇଁ ଧାର୍ଯ୍ୟ କରାଯାଇଛି।ମାର୍ଚ୍ଚ ୯ରେ ଅନିଚ୍ଛୁକ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ।
ଏହା ପରେ ୧୬ ମାର୍ଚ୍ଚରେ ନିର୍ବାଚନ ଅନୁଷ୍ଠିତ ହେବେ।ସେହିଦିନ ସନ୍ଧ୍ୟା ୫ଟାରେ ଭୋଟ ଗଣତି କରାଯାଇ ଫଳାଫଳ ପ୍ରକାଶ କରାଯିବ। ମାର୍ଚ୍ଚ ୨୦ରେ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ।
Edited by k.s thakur...


