ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ମାମଲା ; ଅଭିଯୁକ୍ତ ଗିରଫ...
କଣ୍ଟାବାଞ୍ଜି,୧୧/୦୨(ନି.ପ୍ର): କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ତୁରେକେଲା ଥାନା ଅନ୍ତର୍ଗତ ପଣ୍ଡରେନ ଗାଁ ନିକଟରେ ମର୍ମନ୍ତୁଦ ଦୁଃଖଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା।
Ad..
ଏହି ଘଟଣାରେ ପୁଲିସ କେସ ନମ୍ବର ୨୪-୦୯/୦୨/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଘଟଣାର ଗୋଟିଏ ଦିନ ପରେ ତୁରେକେଲା ପୁଲିସ ଦୁର୍ଘଟଣା ଘଟାଇଥିବା ବଲେରୋ ପିକଅପ୍ ଭେନ୍ କୁ ଜବତ କରିବା ସହିତ ଗାଡ଼ି ଡ୍ରାଇଭର ତଥା ମାଲିକ ସୀତାରାମ ମେହେର (୨୮) ଙ୍କୁ ଲାଠୋର ଥାନା ଅନ୍ତର୍ଗତ...
Ad..
ପିପଲବାହାଲ ଗାଁରୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ ହଜାତକୁ ପଠା ଯାଇଥିବା ତୁରେକେଲା ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।
Edited by k.s thakur...
Tags:
4 died
accused arrested
kantabanji
latest news
latest update
odisha daily current affairs
odisha news
police
Road accident
turekela



