ଦେଶୀ ରନ୍ଧା ମଦ ଓ ମହୁଲ ଜବତ ; ୪ ଗିରଫ...
ଆନନ୍ଦପୁର,୧୧/୦୨(ନି.ପ୍ର): ଦେଢ଼ଲକ୍ଷ ଟଙ୍କାର ଦେଶୀ ମଦ ଓ ମହୁଲି ଜବତ। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ ସହ ୫ଟି ମାମଲା ରୁଜ୍ଜୁ ହୋଇଛି।କେଉଁଝର ଅବକାରୀ ଅଧିକ୍ଷକ ତେଜରାଜ ଯାନୀଙ୍କ ନିର୍ଦ୍ଦେଶରେ ଆନନ୍ଦପୁର ଅବକାରୀ ନିରୀକ୍ଷକ ବ୍ରଜମୋହନ ମଲ୍ଲିକ ଓ ହାଟଡିହି ଅବକାରୀ ଅଧିକାରୀଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଦଳ ଫକିରପୁର,ବାହିଆ,ପୁରୁଣା ପାଣି,ଘୋଶରାପଦା ଅଞ୍ଚଳରେ ଚଢ଼ଉ କରିଛନ୍ତି।
Ad..
ଚଢ଼ାଉ ବେଳେ ୩୧୯ଲିଟର ଦେଶୀ ରନ୍ଧା ମଦ ଓ ୩୨୦୦ ଲିଟର ମହୁଲି ଜବତ ହୋଇଛି। ଏନେଇ ଆନନ୍ଦପୁର ଅବକାରୀ ଥାନାରେ ୧ଟି ଓ ହାଟଡିହି ଅବକାରୀ ଥାନାରେ ୪ଟି ମାମଲା ରୁଜ୍ଜୁ ହୋଇଛି। ଜବତ ଦେଶୀମଦ ଓ ମହୁଲି ନଷ୍ଟ କରାୟିବ ସହ ଘଟଣାରେ ଅଭିଯୁକ୍ତ ସୁଜିତ୍ ଯେନା,କାହ୍ନୁ ମୁର୍ମୁ,ବିଶୋଇ ହୋ,ନନ୍ଦ ହୋ ଙ୍କୁ ଗିରଫ କରାଯାଇଛି।
Ad..
ସେମାନଙ୍କ ପାଖରୁ ଘଟଣାରେ ବ୍ୟବହୃତ ସ୍କୁଟି ଜବତ କରାଯାଇଛି। ଜବତ ମହୁଲି ଓ ଦେଶୀମଦର ଆନୁମାନିକ ମୂଲ୍ୟ ୧ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚଢ଼ଉରେ ହାଟଡିହି ଅବକାରୀ ଥାନା ସହ ଉପ-ନିରୀକ୍ଷକ,ଶ୍ରୀ ସୁଶାନ୍ତ ରାଉତ କନେଷ୍ଟବଳ ଜଗମୋହନ ବେହେରା,ଆରତୀ ବେହେରା, ସୁରେଶ ବେହେରା ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।
Edited by k.s thakur...
Tags:
anandapur
desi liquor
excise department
latest news
latest update
odisha daily current affairs
odisha news
seized



