ଆକାଶବାଣୀ ଶ୍ରୋତା ସଂଘ ର ୩୨ ତମ ରାଜ୍ୟ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ...
ବରଗଡ଼,୧୦/୦୨(ବିଜୟ କୁମାର ସାହୁ): ଆକାଶ ବାଣୀ ଶ୍ରୋତା ସଂଘ ବରଗଡ ଆନୁକୁଲ୍ୟରେ ଆସନ୍ତା ମାର୍ଚ୍ଚ ୧୫ ତାରିଖ ୩୨ ତମ ରାଜ୍ୟ ସ୍ତରୀୟ ଶ୍ରୋତା ସମ୍ମିଳନୀ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।
Ad..
ସଂଘର ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି ବୈଠକ ରେ କୋଷାଧ୍ୟକ୍ଷ ଅଶୋକ ସାହୁ ଏହି ବୈଠକ କୁ ସଂଯୋଜନା କରିଥିଲେ।ବୈଠକ ରେ ଉପ ସଭାପତି ସୁଦାମ ସାହୁ ବିବରଣୀ ଉପସ୍ଥାପନ କରି ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ।
Ad..
ବରିଷ୍ଟ ସାମ୍ବାଦିକ ଉମେଶ ଚନ୍ଦ୍ର ବିଶ୍ବାଳ ଙ୍କ ସମେତ ବରିଷ୍ଟ ସଦସ୍ୟ ସୁବାସ ଚନ୍ଦ୍ର ଭୁଏ, କପିଳେଶ୍ୱର ବାଗ,ଅଶ୍ଵିନୀ ପ୍ରଧାନ,ଗୋପବନ୍ଧୁ ପୁରୋହିତ,ସରୋଜ କୁମାର ରଥ ,ଉମେଶ ପ୍ରଧାନ ହରି ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଆସନ୍ତା ମାର୍ଚ୍ଚ ୧୫ ତାରିଖ ଅନୁଷ୍ଟିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ଶ୍ରୋତା ସମ୍ମିଳନୀ କିପରି ପାଳନ କରାଯିବ ସେ ସମ୍ବନ୍ଧ ରେ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ।
ତେବେ ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଚୟନକମିଟି ଗଠିତ ହୋଇଥିଲା।ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ହାଇସ୍କୁଲ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆକାଶ ବାଣୀ ପ୍ରତି ରୁଚି ବର୍ଦ୍ଧନ ପାଇଁ ଆକାଶ ବାଣୀ ଆଧାରିତ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସହିତ ବାର୍ଷିକ ଉତ୍ସବ ରେ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ଗୃହୀତ ହୋଇଥିବା ସଭାପତି କୃଷ୍ଣ ଚନ୍ଦ୍ର ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।
Report : Bijay ku sahu
Edited by k.s thakur...
Tags:
Akash Vani
Bargarh
bargarh news
latest news
latest update
odisha daily current affairs
odisha news
program preparation meeting



