UGC ବିଲ୍ କୁ ରଦ୍ଧ କରିବା ଦାବିରେ ପଦ୍ମପୁର ବ୍ରାହ୍ମଣ ସମାଜ ପକ୍ଷରୁ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ...
ପଦ୍ମପୁର,୧୦/୦୨(ବିଜୟ କୁମାର ସାହୁ): ସାରା ଦେଶରେ ବିବାଦୀୟ ୟୁଜିସି ବିଲକୁ ପ୍ରତ୍ୟାହାର ଦାବି ଉଠୁଥିବା ବେଳେ ପଦ୍ମପୁର ବ୍ରାହ୍ମଣ ସମାଜ ତରଫରୁ ଉପଜିଲ୍ଲାପାଳ ସ୍ନେହା ଆରଗୁଲଙ୍କ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଉଦ୍ଧେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରା ଯାଇଛି।
Ad..
ଏହି ବିଲରେ ବାକି ସମସ୍ତ ଜାତି କୁ ସାମିଲ କରାଯାଇଥିବା ବେଳେ କେବଳ ବ୍ରାହ୍ମଣ ତଥା ସାଧାରଣ ବର୍ଗ ଙ୍କୁ ଦୋଷୀ ଭାବେ ପରିଗଣିତ କରିବା ବ୍ୟବସ୍ଥା କରାଯାଇଥିବା ଅଭିଯୋଗ ହୋଇଛି।
Ad..
ଅନ୍ୟ ବର୍ଗ ମାନଙ୍କ ପାଇଁ ସୁରକ୍ଷା ଥିବା ବେଳେ ଏହି ବିଲ ଆସିଲେ ବିଶ୍ବବିଦ୍ୟାଳୟ ମାନଙ୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆହୁରି ବିଭେଦ ସୃଷ୍ଟି ହେବ ବୋଲି ସମାଜ ପକ୍ଷରୁ କୁହାଯାଇଛି। ଏହି ଦାବି ପତ୍ର ପ୍ରଦାନ ସମୟରେ ପଦ୍ମପୁର ବ୍ରାହ୍ମଣ ସମାଜ, ପର୍ଶୁରାମ ବାହିନୀ, ଗାୟତ୍ରୀ ବାହିନୀର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...
Tags:
Bargarh
Brahman samaj
latest news
latest update
memorandum to pm
odisha daily current affairs
odisha news
padamapur



