ପୁଲିସକୁ ନିର୍ଧୁମ ମାଡ଼ ସହ ଛୁରାମାଡ଼ ; କନଷ୍ଟେବଳଙ୍କୁ ଛୁରୀ ଭୁସିଲେ ଦୁର୍ବୃତ୍ତ...

ପୁଲିସକୁ ନିର୍ଧୁମ ମାଡ଼ ସହ ଛୁରାମାଡ଼ ; କନଷ୍ଟେବଳଙ୍କୁ ଛୁରୀ ଭୁସିଲେ ଦୁର୍ବୃତ୍ତ...


ଫୁଲବାଣୀ, ୨୮/୦୨(ନି.ପ୍ର): ଶୁକ୍ରବାର ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଜଣେ କନଷ୍ଟେବଳଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି।ଦୁଇ ଜଣ ଯୁବକ ଛୁରୀରେ ଆକ୍ରମଣ କରିବା ଫଳରେ କନଷ୍ଟେବଳ ଜଣକ ଗୁରୁତର ହୋଇଛନ୍ତି।

Ad..


ଏପଟେ ଦୁଇ ଦୁର୍ବୁତ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି।ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୨ଟା ବେଳେ କନଷ୍ଟେବଳ ମନୋରଞ୍ଜନ ସାବତ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଥିବା ପରିବା ଦୋକାନ ପାଖରେଠିଆ ହୋଇଥିବା ବେଳେ ଦୁଇଜଣ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ଆସି ତାଙ୍କୁ ଆକ୍ରମଣ କରିଥିଲେ। 

Ad..


ଶରୀରର ବିଭିନ୍ନ ସ୍ଥାନରେ ଛୁରୀରେ ଆଘାତ କରିବା ସହିତ ତଳେ ପକାଇ ଠେଙ୍ଗାରେ ପିଟିଥିଲେ।ପାଖରେ ଥିବା କିଛି ଲୋକ ଏହା ଦେଖିପାରି ଦୁଇ ଯୁବକଙ୍କୁ ଅଟାକାଇ ଥିଲେ।ସେମାନଙ୍କୁ କାବୁ କରି ପୁଲିସକୁ ଖବର ଦେଇଥିଲେ ଏବଂ ଗୁରୁତର କନଷ୍ଟେବଳଙ୍କୁ ଆଣି ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ପରେ ଟାଉନ ପୁଲିସ ପହଞ୍ଚି ଦୁର୍ବୁତ୍ତ ମାନଙ୍କୁ ଡାକ୍ତରଖାନା ଆଣିଥିଲା। ଆକ୍ରମଣକାରୀ ମାନେ ସାଲୁଙ୍କୀ ସାହିର ୨୮ ବର୍ଷୀୟ ସନ୍ତୋଷ ସ୍ୱାଇଁ ଓ ୨୫ ବର୍ଷୀୟ ଅଞ୍ଜନ ପ୍ରଧାନ ବୋଲି ଜଣାପଡ଼ିଛି। ଆହତ ମନୋରଞ୍ଜନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

ଘଟଣାର ତଦନ୍ତ ଚାଲିଥିବା ଟାଉନ ଥାନା ଏସଆଇ ସରୋଜ କୁମାର ସାହୁ କହିଛନ୍ତି। ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ଦିନ ଦ୍ୱିପ୍ରହରେ ଜଣେ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ସହରର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।



Edited by k.s thakur...

Post a Comment

Previous Post Next Post