ବେଲପଡାରେ ଶାନ୍ତିପୂଣ୍ଣ ବନ୍ଦ ପାଳନ...
ବେଲପଡା,୧୨/୦୨ :ବଲାଙ୍ଗୀର ଜିଲ୍ଲା ବେଲପଡ଼ାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ କାର୍ପୋରେଟ ସପକ୍ଷବାଦୀ ନିତିକୁ ବିରୋଧ କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ ଡାକରା ଦିଆଯାଇଛି।
Ad..
ଏହି ଧର୍ମଘଟକୁ ୫ଟି ବାମପନ୍ଥୀ ଦଳ ଓ ୧୪ ଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଗୁଡ଼ିକ ସମର୍ଥନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ବେଲପଡାରେ ସକାଳ ୬ଟାରୁ ସଂଧ୍ୟା ୬ ଟା ପର୍ଯ୍ୟନ୍ତ ବନ୍ଦ ପାଳନ ଦେଖୁବାକୁ ମିଲିଛି।
Ad..
ବେଲପଡ଼ାରେ ନିଖିଲ ଓଡ଼ିଶା ପାଚିକା ସହାୟିକା ସଂଘର ସଭାପତି ଶାଖା ଦେଓଙ୍କ ନେତୃତ୍ବରେ ସଦସ୍ୟା ମାନେ ଆନ୍ଦୋଳନକୁ ଓହ୍ଲାଇ ବିଭିନ୍ନ ନାରାବାଜୀ ଦେଇ ସହରରେ ଶୋଭାଯାତ୍ରାର କରିଥିଲେ।
ଏଥିରେ ବେଲପଡ଼ା କୋସଲ ମୁକ୍ତି ମୋର୍ଚ୍ଚାର ଜିତୁ ନାଏକ,ଜନାର୍ଦ୍ଧନ ସିଂ,ବିଶାଖା ଦେଓ,ବସନ ପଟେଲ,ଘନଶ୍ୟାମ ଧରୁଆ, ଓ କଂଗ୍ରେସ ଦଳର କର୍ମୀ ମାନେ ସମର୍ଥନ ଜଣେଇ ପିକେଟିଂ କରିଥିଲେ।
ପରେ ସ୍ଥାନୀୟ ତାରିଣୀ ମନ୍ଦିର ନିକଟରେ ଘଣ୍ଟାଏ ପର୍ଯ୍ୟନ୍ତ ଅଖଚକ ବନ୍ଦ କରି କେନ୍ଦ୍ର ସରକାର ଶ୍ରମ ଆଇନ ବିରୋଧରେ ପ୍ରଦର୍ଶନ କରାଯାଇଥିଲା। ବ୍ଳକର ତହସିଲ, ବ୍ୟାଙ୍କ, ପଞ୍ଚାୟତ ସମିତି କାର୍ଯ୍ୟାଳୟ ଓ ବିଭିନ୍ନ ସରକାରୀ କଳ ଗୁଡିକ ସଂପୂର୍ଣ୍ଣ ବନ୍ଦ ରହିବା ସହ ଦୋକାନ ବଜାର ମଧ୍ୟ ବନ୍ଦ ରହିଥିଲା।
Edited by k.s thakur...
Tags:
belpada
Bharat bandh impact
closed
latest news
latest update
odisha daily current affairs
odisha news



