ନବ ନିଯୁକ୍ତ ସରକାରୀ ଓକିଲ ଙ୍କୁ ସାମ୍ବାଦିକ ସଂଘ ଦ୍ୱାରା ସମ୍ଭର୍ଦ୍ଧନା...

ନବ ନିଯୁକ୍ତ ସରକାରୀ ଓକିଲ ଙ୍କୁ ସାମ୍ବାଦିକ ସଂଘ ଦ୍ୱାରା ସମ୍ଭର୍ଦ୍ଧନା...


କଣ୍ଟାବାଞ୍ଜି,୨୫/୦୨ : ଓଡ଼ିଶା ସରକାର ଙ୍କ ଆଇନ ବିଭାଗ ଦ୍ଵାରା ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ଅଦାଲତ ରେ ସରକାରୀ ଓକିଲ ଭାବେ ନିଯୁକ୍ତି ଦିଆଯାଇଛି।ଏହି ପରିପ୍ରେକ୍ଷୀରେ କଣ୍ଟାବାଞ୍ଜି ର ବିଭିନ୍ନ ଅଦାଲତ ରେ ନିଯୁକ୍ତି ମିଳିଥିବା ସରକାରୀ ଓକିଲ ମାନଙ୍କୁ ବୁଧବାର ଦିନ ସ୍ଥାନୀୟ ଶ୍ରୀ ହରିଭବନ୍ ଠାରେ ସାମ୍ବାଦିକ ସଂଘ ତରଫରୁ ସମ୍ଭାର୍ଦ୍ଧନା ଦିଆଯାଇଛି। 

            Ad..


ଏହି ସମ୍ବର୍ଦ୍ଧନା ସଭାରେ ସଂଘର ଉପସଭାପତି ମୋହନ ସୋନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ କୈଳାସ ଚନ୍ଦ୍ର ଅଗ୍ରୱାଲ ତଉଲିଆ ଓ କଣ୍ଟାବାଞ୍ଜି ଓକିଲ ସଂଘ ସଭାପତି ପ୍ରଫୁଲ୍ଲ ନାୟକ,ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନ ଯିବି ବିଷ୍ଣୁପ୍ରସାଦ ଶର୍ମା  ସମ୍ପାଦକ ଏସ କେ ସମିମ୍ ମଞ୍ଚାଶିନ ଥିଲେ। 

ନୂତନ ନିଯୁକ୍ତି ପାଇଥିବା ସରକାରୀ ଓକିଲ ବ୍ରଜ ଶ୍ୟାମ ଗୁରୁ, ଅଶୋକ ଦାସ,ବୃନ୍ଦାବନ ରାଉତ, ଅନିଲ କୁମାର ଶର୍ମା, ସଞ୍ଜୟ କୁମାର ନାଥ,ଅଭିମନ୍ୟୁ ନାଗ,ପର୍ଶୁରାମ ସାଗରିଆ, ବିବେକ କୁମାର ଶର୍ମା, ଭୂତେଶ୍ୱର୍ ଦାସ, ବେନୁଧର ଜାଲ ଓ ମନୀଷ ହଂସ ସହ ମୁରିବାହାଲ କୋର୍ଟର ସରକାରୀ ଓକିଲ ବିବେକ ମେହେର ସାମିଲ ଥିଲେ। 

ସଭା କୁ ସାମ୍ବାଦିକ କୁର୍ତିକର୍ ବାଗ, କୈଳାସ ସଗରିଆ ସହଯୋଗ କରିଥିବା ବେଳେ ସଂଘ ର କାର୍ଯ୍ୟ କାରୀ ସଭାପତି ଗୁରୁ ଦୟାଲ ହଂସ ମଞ୍ଚ ପରିଚାଳନା କରିଥିଲେ।



Edited by k.s thakur...

Post a Comment

Previous Post Next Post