ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର,ପଦ୍ମପୁରରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ...
ପଦ୍ମପୁର,୨୨/୦୨(ବିଜୟ କୁମାର ସାହୁ): ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ବିଦ୍ୟାମନ୍ଦିର ବିଭାଗରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଦ୍ୟାମନ୍ଦିର ପ୍ରମୁଖ ଶ୍ରୀଯୁକ୍ତ ଦେବରାଜ ଡନସନା ଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।
Ad..
ଶ୍ରୀମତୀ କଲ୍ୟାଣୀ ଗୁରୁମା ମାତୃଭାଷାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ।ରଜତ ଗୁରୁଜୀ ଶପଥ ପାଠ କରିଥିଲେ। ଶ୍ରୀ ମିନତୀ ଗୁରୁମା ସଂଯୋଜନା କରିଥିବା ବେଳେ କଳ୍ପନା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ।
ସେହିପରି ଶିଶୁ ମନ୍ଦିର ବିଭାଗରରେ ରଞ୍ଜିତା ଗୁରୁମା ସଂଯୋଜନା କରିଥିବା ବେଳେ ଲୋପାମୁଦ୍ରା ଗୁରୁମା ଉଦ୍ଦେଶ୍ୟ କଥନ କରିଥିଲେ। ଜୀବନାନନ୍ଦ ଶତପଥି ଓ ସଞ୍ଜିବ ସାହୁ ଗୁରୁଜୀ ମାତୃଭାଷା ଦିବସ ର ମହତ୍ୱ ପ୍ରତିପାଦିତ କରିଥିଲେ।
ଶେଷରେ ପ୍ରଦୀପ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।
Report : Bijay ku sahu
Edited by k.s thakur...


