ଗୁଡିଘାଟ ଜୟ ଜଗନ୍ନାଥ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ; ବାବେଜୁରୀ ଚାମ୍ପିଅନ...
ମୁରିବାହାଲ,୧୮/୦୨(ଶଙ୍କର ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଳକ ଗୁଡିଘାଟ ଖେଳପଡିଆରେ ଚାଲିଥିବା ଜୟ ଜଗନ୍ନାଥ କ୍ରିକେଟ ପ୍ରତିଯୋଗିତା ମଙ୍ଗଳବାର ଉଦଯାପିତ ହୋଇଯାଇଛି।
Ad..
ଫାଇନାଲ ଖେଳରେ ମୁରିବାହାଲ ଦଳକୁ ପରାସ୍ତ କରି ବାବେଜୁରୀ ଦଳ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି।ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୁଡିଘାଟ ପୂର୍ବତନ ସରପଞ୍ଚ ନରେନ୍ଦ୍ର ସିଂ ମାଝୀ, ସମ୍ମାନିତ ଅତିଥି ଭାବରେ ଅଲ୍ ଇଣ୍ଡିଆ ରେସଲର ମାଧବ ଭାଇ,ଟିକେମନ ମାଝୀ...
ପପୁ ଷା, ମଚିନ୍ଦ୍ର ସିଂ ମାଝୀ, କରୁଣାକର ମାଝୀ, ପବିତ୍ର ସାହୁ, ବ୍ୟାସଦେବ ଷା,ନବିନ ରାଓ,ରାଜେଶ ପୁଟେଲ,ମଥାମଣି ହରପାଲ, କ୍ଷିରୋଦ୍ର ସାହୁ, ଅନ୍ତର୍ଯ୍ୟାମୀନାୟକ ପ୍ରମୁଖ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ଫାଇନାଲ ଖେଳ ବାବେଜୁରୀ ଓ ମୁରିବାହାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।
ବାବେଜୁରୀ ଦଳ ପ୍ରଥମେ ବ୍ୟାଟିଂ କରି ୨୪୩ ରନ କରିଥିଲେ। ମୁରିବାହାଲ ଦଳକୁ ଜିତିବା ପାଇଁ ୨୪୪ ରନ ଟାର୍ଗେଟ ଥିବାବେଳେ ନିର୍ଦ୍ଧାରିତ ଓଭର ମଧ୍ୟରେ ୨୧୦ ରନ ସଂଗ୍ରହ କରି ୮ ୱିକେଟ ବିନିମୟରେ ବାବେଜୁରୀ ଦଳ ଠାରୁ ପରାସ୍ତହୋଇଥିଲା।
ମ୍ୟାଚ୍ ରେଫରୀ ରୁପେ ତେଜରାଜ ସରାଫ ଓ ରୁକଦେବ ପାଣ୍ଡେ ଦାୟିତ୍ଵ ନିର୍ବାହ କରିଥିଲେ।ଆୟୋଜକ ଜୟ ଜଗନ୍ନାଥ କ୍ରିକେଟ କମିଟିର ସମସ୍ତ ସଦସ୍ୟ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।
ଏଥିରେ ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ ।ଅତିଥି ମାନଙ୍କଦ୍ଵାରା ଚାମ୍ପିଅନ ବାବେଜୁରୀ ଦଳକୁ ଟ୍ରଫି ସହ ୫୦ ହଜାର ଟଙ୍କା ଓ ରନର୍ସ ଅଫ ମୁରିବାହାଲ ଦଳକୁ ଟ୍ରଫି ସହ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।
Report : shankar majhi
Edited by k.s thakur...


