ପଞ୍ଚଶଖା ଦିବ୍ୟାଙ୍ଗ ସେବା ସମିତି ପକ୍ଷରୁ ଇଲୋକ୍ଟ୍ରନିକ ଟ୍ରାଇ ସାଇକଲ ପ୍ରଦାନ...

ପଞ୍ଚଶଖା ଦିବ୍ୟାଙ୍ଗ ସେବା ସମିତି ପକ୍ଷରୁ ଇଲୋକ୍ଟ୍ରନିକ ଟ୍ରାଇ ସାଇକଲ ପ୍ରଦାନ...


ପଦ୍ମପୁର,୧୭/୦୨(ବିଜୟ କୁମାର ସାହୁ) : ପଦ୍ମପୁର ଉପଖଣ୍ଡର ପାଇକମାଳ ବ୍ଲକ ଅନ୍ତର୍ଗତ ଛେଲିଆମାଳ  ଗ୍ରାମରେ  ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ସାଧାରଣ ସଭା ଅନଷ୍ଠିତ ହୋଇଥିଲା।

Ad..


ସଂଘ ଉଦୋକ୍ତା ଶଙ୍କର୍ଷଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ଦିଲ୍ଲୀପ ବେହେରା,ସମ୍ମାନିତ ଅତିଥି ଭାବେ ବାସୁଦେବ ସାହା...

ବାବା ଯଶୋଲାଲ,ରାଜକୁମାର ବାଗ,ଅରବିନ୍ଦ ଗିରି,ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆବାହକ ଦୁର୍ଯୋଧନ ପୁଟା ଓ ମୁଖ୍ୟବକ୍ତା ଭାବେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପୂର୍ବତନ ଆବାହକ ତଥା ପ୍ରକୃତି ବନ୍ଧୁ ସାମ୍ବାଦିକ ଶ୍ରୀ ଧିରେନ ମହାନ୍ତି ଯୋଗ ଦେଇଥିଲେ।ସରକାର ଦିବ୍ୟାଙ୍ଗ ମାନଙ୍କୁ ସ୍ଵତନ୍ତ୍ର ଦୃଷ୍ଟି ପାଇଁ ଦାବୀ ହୋଇଥିଲା।

ଏପରିକି ସମସ୍ତ ପ୍ରକାର ଦିବ୍ୟାଙ୍ଗ ଏକ ପ୍ରକାର ମାସିକ ୩୫ ଶହ ଟଙ୍କା ଭତ୍ତା ପ୍ରଦାନ ସହ ଅନ୍ତୋଦୟ ଯୋଜନାରେ ୩୫ କେଜି ଚାଉଳ ଯୋଗାଇ ଦେବାକୁ ଦାବୀ କରାଯାଇଛି।ଆଗାମୀ ଦିନରେ ପଦ୍ମପୁର ଉପଖଣ୍ଡର ସମସ୍ତ ବ୍ଲକ ଅଞ୍ଚଳରେ ଥିବା ଦିବ୍ୟାଙ୍ଗ ମାନଙ୍କୁ ନେଇ ଏକ ବିରାଟ ସଭା କରାଯିବା ପାଇଁ ମଧ୍ୟ ରୂପରେଖ ପ୍ରସ୍ତୁତ କରାଯିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ଏହି ସଭାକୁ ଉମାକାନ୍ତ ବରିହା  ପରିଚାଳନା କରିଥିବା ବେଳେ କମାଲ ବରିହା ସମାରୁ ସାହୁ,ଗୌର ସାହୁ,ଶାନ୍ତିଲାଲ,କ୍ଷୀର ସାଗର ପ୍ରଧାନ, ଚିନ୍ତାମଣି ବାଗ ଆଦି ପ୍ରମୁଖ ସହଯୋଗ କରି ସଫଳତା କରିଥିଲେ। ଏଥି ସହ ଛେଲିଆମାଳ ଗ୍ରାମର ଏକ ଦିବ୍ୟାଙ୍ଗ ମିନତୀ ବାଗ ଙ୍କୁ ଏକ ନୂତନ ଇଲୋକ୍ଟ୍ରନିକ ସାଇକଲ ଦିଆ ଯାଇଥିଲା।ଶେଷରେ ବଳରାମ ବନଛୋର ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post