ପଖନମୁଣ୍ଡାରେ ଉକୁଣୀ ଓ କୃମି ନାଶକ ଉପରେ ସଚେତନତା ସଭା...

ପଖନମୁଣ୍ଡାରେ ଉକୁଣୀ ଓ  କୃମି ନାଶକ ଉପରେ ସଚେତନତା ସଭା...


କଣ୍ଟାବାଞ୍ଜି,୧୦/୦୨ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡିଶା ସରକାରଙ୍କ ତରଫରୁ ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉକୁଣୀ ସଚେତନତା ଓ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି।

Ad..


କୃମି ମୁକ୍ତ ଶିଶୁ ହେଉଛନ୍ତି ରୋଗ ମୁକ୍ତ ଶିଶୁ ତେଣୁ ୧ ବର୍ଷରୁ ୧୯ବର୍ଷର ସମସ୍ତ ଶିଶୁଙ୍କୁ ଆଲବେଣ୍ଡାଜୋଲ ବଟିକା ମାଗଣାରେ ସରକାରଙ୍କ ତରଫରୁ ଫେବୃଆରୀ୧୦ ତାରିଖ ଜାତୀୟ କୃମି ନାଶକ ଦିବସ ଅବସରରେ ବିଦ୍ୟାଳୟର ୭୭ଜଣ ଛାତ୍ରଛାତ୍ରୀ ମାନଙ୍କୁ ବଟିକା ଖାଇବାକୁ ଦିଆଯାଇଥିଲା।
Ad..


ଏବଂ ଶିଶୁ ବାଟିକା ଛାତ୍ରଛାତ୍ରୀ ମାନଙ୍କୁ ଭିଟାମିନ ଏ ପ୍ରଦାନ କରାଯାଇଥିଲା।ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ସଚେତନତା ସଭାରେ ସ୍ୱାସ୍ଥ୍ୟ ହିଁ ସମ୍ପଦ ଉପରେ ନିକଟରେ ଜଣେ ଛାତ୍ର କିଭଳି ଉକୁଣୀ ପାଇଁ ମୃତ୍ୟୁବରଣ କରିଥିଲେ ତାରି ଉପରେ ବାର୍ତ୍ତା ପ୍ରଦାନ କରିଥିଲେ। 

ସଭାପରେ ଆଶାକର୍ମୀ ଗିରିଜା ଷାଣ୍ଢ ସମସ୍ତଙ୍କୁ ବଟିକା ଖୁଆଇଥିଲେ।ଏହି ସଭାରେ ପ୍ରଧାନଶିକ୍ଷକ ହରିଶଙ୍କର ସାହୁ,ଶିକ୍ଷକ ଅଲେଖ ବନଗୋଲା, ଭବାନୀ ମାଝୀ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post