ବିଛୁବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ...
ବେଳପଡା,୧୦/୦୨ : ବଲାଙ୍ଗୀର ଜିଲ୍ଲା ବେକପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଲଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ର ପ୍ରଧାନ ଶିକ୍ଷକ ଥବିର ଛତ୍ରୀଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସଵ କୁ ଉଦ୍ଘାଟନ କରିଥିଲେ।
Ad..
ସେହିପରି ସମ୍ମାନିତ ଅତିଥି ଭାବେ ଲଥାକେନ୍ଦ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରିୟ ଦର୍ଶନ ବେହେରା, ଭୀରକାପଡା ବିଦ୍ୟାଳୟର ଶିକ୍ଷକ ବୁଡୁ ବାଗ ମଞ୍ଚାସିନ ଥିଲେ। ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା।
Ad..
ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ପ୍ରାଧାନ ଶିକ୍ଷକ ଘନଶ୍ୟାମ ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଗୋଦାବରୀମାଝୀ, ମଧୁମିତା ବାବୁ, ପାହାଁନ୍ତ କୁମ୍ଭାର,ସଂଯୁକ୍ତା କିଷାନ, ବିଦ୍ୟାଳୟ ପରିଚାଳନା କମିଟିର ଚେୟାର ମେନ ଭୋଦେବ ମହାନନ୍ଦ, ସଦସ୍ୟ ବିଶ୍ୱମ୍ବର ମାଝୀ, କ୍ଷୀରବତୀ ପୁଟେକ ପ୍ରମୁଖ ସାମିଲ ରହି ଏହି ବାର୍ଷିକ ଉତ୍ସବ କୁ ସଫଳ କରିଥିଲେ। ପରିଶେଷରେ ଶିକ୍ଷକ ଜ୍ୟୋତିର୍ମୟ ନାଗ ଧନ୍ୟବାଦ ଅର୍ପଣ କରିଥିଲେ।
Edited by k.s thakur...
Tags:
annual function
belpada
bichhubahali
latest news
latest update
odisha daily current affairs
odisha news
school program



