ଆଉ ୬ ଲକ୍ଷ ହିତାଧିକାରୀ ପାଇବେ ମଧୁବାବୁ ପେନସନ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀ...
ଭୁବନେଶ୍ଵର,୨୦/୦୨ : ବଜେଟ ଅଭିଭାଷଣରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ବାର୍ଦ୍ଧକ୍ୟ କି ବିଧବା ଭତ୍ତା ପାଇଁ କାହାକୁ ଅପେକ୍ଷା କରିବାକୁ ପଡ଼ିବନି। ମଧୁବାବୁ ପେନ୍ସନ ଯୋଜନା’ରେ ସମସ୍ତ ଯୋଗ୍ୟଙ୍କୁ ସାମିଲ୍ କରାଯିବ। ହିତାଧିକାରୀ ମଲେ ଖାଲି ସ୍ଥାନ ପୂରଣ ନିୟମ ଆଉ ଲାଗୁ ହେବନି। ବାଦ୍ ପଡ଼ିଥିବା ୬ ଲକ୍ଷରୁ ଅଧିକ ଯୋଗ୍ୟଙ୍କୁ ପେନସନ ମିଳିବ।
Ad..
ବଜେଟ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଆଉ ବାର୍ଦ୍ଧକ୍ୟ ଭତ୍ତା କି ବିଧବା ଭତ୍ତା କି ଅନ୍ୟ କୌଣସି ଭତ୍ତା ପାଇଁ କାହାର ମରିବା ଯାଏଁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଟାର୍ଗେଟ ଖାଲି ସ୍ଥାନ ନାହିଁ ତେଣୁ ଏବେ ହେବନି ବୋଲି ଶୁଣିବାକୁ ପଡ଼ିବନି।
ଏଣିକି ଆମ ସରକାର ଏହାକୁ ଏକ ଗୁରୁତର ଅସଙ୍ଗତି ଭାବେ ସ୍ବୀକାର କରୁଛି, ଏବଂ ଏହାର ସମାଧାନ ପାଇଁ “ମଧୁବାବୁ ପେନ୍ସନ ଯୋଜନା” ଅଧୀନରେ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ପରିପୃକ୍ତି ବା saturation ମୋଡ୍ରେ ଅନ୍ତର୍ଭୁକ୍ତ କରିବା ପାଇଁ ନୀତିଗତ ନିଷ୍ପଭିର ପ୍ରସ୍ତାବ ରଖୁଛି । ଆମେ ତୁରନ୍ତ ବାଦ ପଡ଼ିଥିବା ୬ ଲକ୍ଷରୁ ଅଧିକ ଯୋଗ୍ୟ ବ୍ୟକ୍ତିଙ୍କୁ ସାମାଜିକ ସୁରକ୍ଷା ପେନସନ ପ୍ରଦାନ କରିବୁ ।
ଏହାସହିତ, ଭବିଷ୍ୟତରେ ଯେତେବେଳେ କୌଣସି ବ୍ୟକ୍ତି ଆବଶ୍ୟକ ଯୋଗ୍ୟତା ପୂରଣ କରିବେ, ସେମାନଙ୍କୁ ଏହି ସୁବିଧା ପାଇବା ପାଇଁ ଆଉ ପୂର୍ବ ହିତାକାରୀଙ୍କ ମୃତ୍ୟୁ ଦ୍ବାରା ଖାଲି ସ୍ଥାନ ସୃଷ୍ଟି ପର୍ଯ୍ୟନ୍ତ ଅପେକ୍ଷା ନକରି ତୁରନ୍ତ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ କରାଯିବ।
ଆଗରୁ ସମସ୍ତ ଯୋଗ୍ୟତା ପୂରଣ କରିଥିବା ସତ୍ତ୍ବେ, ଏହି ସୁବିଧା ପାଇବା ପାଇଁ ସେମାନଙ୍କୁ ଅପେକ୍ଷା କରିବାକୁ ପଡୁଥିଲା କେତେବେଳେ ପୂର୍ବ ହିତାଧିକାରୀଙ୍କ ମୃତ୍ୟୁ ଯୋଗୁଁ ଖାଲି ସ୍ଥାନ ସୃଷ୍ଟି ହେବା ପର୍ଯ୍ୟନ୍ତ।
ଏହା ରାଜ୍ୟର ବୃଦ୍ଧ ଓ ଅସହାୟ ନାଗରିକମାନଙ୍କ ପ୍ରତି ଏକ ଅନ୍ୟାୟ । ପୂର୍ବତନ ସରକାର ଏହି ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ ବୋଲି ପୂର୍ବ ସରକାରକୁ ଟାର୍ଗେଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ।
Edited by k.s thakur...


