ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ୧୦ ଜଣିଆ ଟିମ୍ ର ଜବର ଦଖଲ ଜମିର ସର୍ଜମିନ୍ ଅବଲୋକନ...

ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ୧୦ ଜଣିଆ ଟିମ୍ ର ଜବର ଦଖଲ ଜମିର ସର୍ଜମିନ୍ ଅବଲୋକନ...


ବରଗଡ଼,୨୫/୦୨(ବିଜୟ କୁମାର ସାହୁ): ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରର ଅଧ୍ୟକ୍ଷ ଶ୍ରୀଯୁକ୍ତ ଖଗେଶ୍ୱର ଦାଶଙ୍କ ନେତୃତ୍ୱରେ ୧୦ ଜଣିଆ ଟିମ୍ (ପ୍ରାଧ୍ୟାପକ ତାରା ପ୍ରସାଦ ଶତପଥୀ, ପ୍ରଭାତ ମହାପାତ୍ର, ବରିଷ୍ଠ ଅଧ୍ୟାପକ ପ୍ରମୋଦ ତ୍ରିପାଠୀ, ସନ୍ତୋଷ ମିଶ୍ର, ପ୍ରମୋଦ ପାନିଗ୍ରାହୀ, ଡା: ସରୋଜ ନାୟକ, ଅଧ୍ୟାପକ ଭୁବନେଶ୍ୱର ବରିହା, ସମୀର ନାଗ ଓ କର୍ମଚାରୀ ମାନସ ପାଢ଼ୀ) ମହାବିଦ୍ୟାଳୟରୁ ବାହାରି, ଟେଙ୍ଗନାପାଲି ଗ୍ରାମ ଅଭିମୁଖେ ଯାତ୍ରା କରିଥିଲେ। 

       Ad..


ଉକ୍ତ ଗ୍ରାମର ସ୍ୱର୍ଗତ ମଥୁରା  ପୁରଲିଆ, ସ୍ୱାମୀ ସ୍ୱର୍ଗତ ଡମ୍ବରୁ ପୁରଲିଆ ଜିଲ୍ଲା ବରଗଡ଼, ତହସିଲ/ବ୍ଲକ ଗାଇସିଲାଟ ୧୯୭୭ ମସିହାରେ  ୧୪ ଏକର ୮୮ ଡିସିମିଲ୍ ଜମି ଦାନସୂତ୍ରରେ ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁରକୁ ଦାନ କରିଥିଲେ।

ଉକ୍ତ ଜମିର ପଟ୍ଟା ଅଞ୍ଚଳ ମହାବିଦ୍ୟାଳୟ ପଦ୍ମପୁର ନାଁରେ ରେକର୍ଡରେ ଅଛି । ଉକ୍ତ ଜମିକୁ ସେହି ଗ୍ରାମର ପୁରଲିଆ ବଂଶର ଦାୟାଦମାନେ ଜବରଦଖଲ କରି ଚାଷ କରୁଛନ୍ତି। ୧୦ ଜଣିଆ ଟିମ୍ ଟେଙ୍ଗନାପାଲି ଗ୍ରାମକୁ ଯାଇ ଜମିକୁ ସର୍ଜମିନ୍ ଅବଲୋକନ କରିବା ସହ ଜବରଦଖଲକାରୀଙ୍କ ସହ ସାକ୍ଷାତ କରିଥିଲେ।

ଅନୁଷ୍ଠାନର ଉନ୍ନତି ସକାଶେ ଦାନସୂତ୍ରରେ ପାଇଥିବା ତଥା ଅନୁଷ୍ଠାନ ନାଁରେ ପଟ୍ଟା ଥିବା ଜମିକୁ ଅନୁଷ୍ଠାନର ଅଧୀନକୁ ଆଣିବା ପାଇଁ ଅଧ୍ୟକ୍ଷଙ୍କ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post