ବଡ଼ବିଲ ବ୍ୟାଙ୍କ୍ ସଶସ୍ତ୍ର ଡକାୟତି ଘଟଣା: ୨ ଗିରଫ, ୨୮୮ ଗ୍ରାମ ସୁନା ଅଳଙ୍କାର ଜବତ...

ବଡ଼ବିଲ ବ୍ୟାଙ୍କ୍ ସଶସ୍ତ୍ର ଡକାୟତି ଘଟଣା: ୨ ଗିରଫ, ୨୮୮ ଗ୍ରାମ ସୁନା ଅଳଙ୍କାର ଜବତ...


ବଡ଼ବିଲ,୨୪/୦୧ : ବଡ଼ବିଲ ସହରରେ ଥିବା ବ୍ୟାଙ୍କ ଅଫ ମହାରାଷ୍ଟ୍ର, ବଡ଼ବିଲ ଶାଖାରୁ ଗତ ୧୯ ତାରିଖ ଅପରାହ୍ନ ୨ ଘଟିକା ସମୟରେ ୬ ଜଣ ସଶସ୍ତ୍ର ଡକାୟତ ବନ୍ଧୁକ ମୁନରେ ଲୁଟି ନେଇଥିଲେ ୪ ଲକ୍ଷ ୩୪ ହଜାର ଟଙ୍କା ଓ ଆନୁମାନିକ ୬ କେଜି ସୁନା ଅଳଙ୍କାର ସହିତ ସିସି ଟିଭି ଡିଭିଆର। 

       Ad..


ଘଟଣାର ୬ ଦିନ ପରେ ବଡ଼ବିଲ ପୁଲିସ, ପଡ଼ୋଶୀ ଝାଡଖଣ୍ଡ ରାଜ୍ୟ, ଧାନବାଦ ପୁଲିସ ସହାୟତାରେ ଆଜି ଦୁଇଜଣଙ୍କୁ ଗିରଫ କରିଥିବାବେଳେ, ସେମାନଙ୍କ ନିକଟରୁ ୨୮୮ ଗ୍ରାମ ସୁନା ଅଳଙ୍କାର ସହିତ ୨ ଟି ସ୍କର୍ପିଓ ଗାଡ଼ିକୁ ଜବତ କରିଥିବା ଜଣାଯାଇଛି। 

       Ad..


ଗିରଫ ଦୁଇଜଣ ହେଲେ ରାଜା କୁମାର ସିଂ ଓ କୁନାଲ ରାଜ୍ ଶର୍ମା। ଖବର ଲେଖାହେବା ଯାଏ ଏତିକି ତଥ୍ୟ ମିଳିଥିବା ବେଳେ, ଗିରଫ ଅଭିଯୁକ୍ତ ବଡ଼ବିଲ ପହଞ୍ଚିବାପରେ ଅଧିକ ତଥ୍ୟ ମିଳିବ ବୋଲି ପୁଲିସ ସୂଚନା ଦେଇଛି।

Ad..


କେନ୍ଦୁଝର ଜିଲ୍ଲାର ବଡବିଲ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ସଶସ୍ତ୍ର ଡକାୟତି ହୋଇଥିଲା | ଡକାୟତମାନେ ବନ୍ଧୁକ ମୁନରେ ୪ ଲକ୍ଷ ୩୪ ହଜାର ଟଙ୍କା ଓ ୫ କୋଟିରୁ ଅଧିକ ସୁନା ଲୁଟ୍ କରି ଫେରାର ହୋଇଯାଇଥିଲେ | ୫ରୁ ୬ ଜଣ ଅଜଣା ଡକାୟତ ଗ୍ରାହକ ସେବା ନେବା ନାଟକରେ ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ।

 ହଠାତ୍ ସେମାନେ ବନ୍ଧୁକ ବାହାର କରି ବ୍ୟାଙ୍କ କର୍ମଚାରୀ ଓ ଉପସ୍ଥିତ ଗ୍ରାହକମାନଙ୍କୁ ଭୟଭୀତ କରିଥିଲେ। ବନ୍ଧୁକ ମୁନରେ ପ୍ରାୟ ୪ ଲକ୍ଷ ୩୪ ହଜାର ଟଙ୍କା ନଗଦ ସହ ବ୍ୟାଙ୍କରେ ରଖାଯାଇଥିବା ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ସୁନା ଗହଣା ଲୁଟ୍ କରି ଡକାୟତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଘଟଣାର ସୂଚନା ପାଇବା ସହିତ ବଡବିଲ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ପକ୍ଷରୁ ସିସିଟିଭି କ୍ୟାମେରା ଫୁଟେଜ୍ ଯାଞ୍ଚ କରାଯାଇଥିଲା ଏବଂ ଡକାୟତମାନେ କେଉଁ ଦିଗକୁ ଫେରାର ହୋଇଥିଲେ, ସେନେଇ ତଦନ୍ତ ଜୋରଦାର କରାଯାଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଡକାୟତମାନଙ୍କୁ ଧରିବା ପାଇଁ ପୁଲିସ ଚେଷ୍ଟା ଜାରି ରଖିଥିଲା।



Edited by k.s thakur...

Post a Comment

Previous Post Next Post