ପଖନମୁଣ୍ଡା ବିଦ୍ୟାଳୟରେ ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ...
କଣ୍ଟାବାଞ୍ଜି,୨୪/୦୧: ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନେତାଜୀ ସୁବାସ ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି।
Ad..
ପ୍ରଧାନ ଶିକ୍ଷକ ହରିଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଧନସିଂ ମାଝୀ, ସିଆରସିସି, ମାନ୍ଦଲା, ଶିକ୍ଷକ ମନୋଜ ତାଣ୍ଡୀ, ଅଲେଖ ବନଗୋଲା, ଶ୍ୟାମ ସୁନ୍ଦର ପାତ୍ର ଅତିଥି ଭାବରେ ଯୋଗ ଦେଇଥିଲେ।
Ad..
ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ।ସୁବାସ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ଅତିଥି ମାନେ ପୁଷ୍ପ ଓ ଦୀପ ପ୍ରଦାନ କରିଥିଲେ।ଛାତ୍ରୀ ତୃଶ୍ରିତା ସିଂ ମାଝୀ, ଜତୀନ ସିଂ ମାଝୀ ବକ୍ତବ୍ୟ ପ୍ରଦାନ କରିଥିଲେ।
Ad..
ତାପରେ ବିଦ୍ୟାଳୟରେ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା।ସମସ୍ତେ ପ୍ରସାଦ ସେବନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଭବାନୀ ମାଝୀ, ଲଳିତା ମାଝୀ, କମିଟି ସଭ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।
Edited by k.s thakur...
Tags:
celebration
kantabanji
latest news
latest update
netaji & Surendra Sai jayanti
odisha daily current affairs
odisha news
pakhanmunda
school program




