ଖରିଫ ଧାନ ସଂଗ୍ରହ ରେ ବ୍ୟାପକ ଅବ୍ୟବସ୍ଥା ;ଡବଲ ଇଂଜିନ ସରକାରରେ ଚାଷୀ ଅଲୋଡ଼ା ଅଭିଯୋଗ କଲା ଆମ୍ ଆଦମୀ ପାର୍ଟି...
ବରଗଡ଼,୨୨/୦୧(ବିଜୟ କୁମାର ସାହୁ): ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ ଏବେ ଚାଷୀ ମାନଙ୍କ ଦୁଃଖ ଦୁଇ ଗୁଣିତ ହୋଇଛି, ଖରିଫ ଧାନ ସଂଗ୍ରହ ପାଇଁ ଗତ ନଭେମ୍ବର ୨୮ ତାରିଖ ରୁ ମଣ୍ଡି ଖୋଲି ଥିବା ବେଳେ ଏପର୍ଯ୍ୟନ୍ତ ବହୁତ ଚାଷୀଙ୍କ ଟୋକନ ନଆସିବା...
Ad..
ବ୍ୟାପକ କଟଣି ଛଟଣି ଏବଂ ଠିକ ସମୟରେ ପ୍ରାପ୍ୟ ନମିଳିଵା ଓ ମନ୍ଥର ଗତି ରେ ଧାନ ଉଠିବା ଏବେ ଚାଷୀ ମାନଙ୍କ ଦୁଃଖ କୁ ବଢ଼େଇ ଦେଇଛି, ଏପରିକି ଚାଷୀ ମାନେ ପଞ୍ଜିକରଣ ସମୟରେ ଯେଉଁ ବ୍ୟାଙ୍କ ଖାତା ଦେଇଥିଲେ ସେଠାକୁ ଟଙ୍କା ନଆସି ଅନ୍ୟ ଏକାଉଣ୍ଟ କୁ ଚାଲି ଯାଇଥିବା ଅଭିଯୋଗ କରିଛନ୍ତି କୁରୁଆଁ ଗାଁ ର ଚାଷୀ ଉପେନ୍ଦ୍ର ସେଠ।
Ad..
ଏହାକୁ ନେଇ ଚାଷୀ ମାନେ ହତାଶ ଓ ହଇରାଣ ହେଉ ଥିବା କହିଛନ୍ତି ରାଜ୍ୟ ସମ୍ପାଦକ ଭବାନୀ ସାହୁ, ଏହି ସମସ୍ୟା ର ସମାଧାନ ତୁରନ୍ତ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରି ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଙ୍କୁ ସ୍ମାରକ ପତ୍ର ଦେଇଛି।
Ad..
ଏକ ପ୍ରତିନିଧି ମଣ୍ଡଳୀ ଟିମ ରେ ଜିଲ୍ଲା ସଭାପତି ଯଦୁମଣି ପ୍ରଧାନ, ଶାହରୁଖ ଲୋଧିଆ, ଅମିତାଭ ପାତ୍ର, ମିଲୁ ନାଗ, ସୁବଳ କହର, ସରିତା ସୁନା ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...




