ଗାଁ ଭିତରେ ବିଦ୍ୟୁତ୍ ଖୁଣ୍ଟ ତାର ଲାଗି ଦୁଇ ହନୁ ଙ୍କ ଦୁଃଖଦାୟକ ମୃତ୍ୟୁ...

ଗାଁ ଭିତରେ ବିଦ୍ୟୁତ୍ ଖୁଣ୍ଟ ତାର ଲାଗି ଦୁଇ ହନୁ ଙ୍କ ଦୁଃଖଦାୟକ ମୃତ୍ୟୁ...


{ମାଟିରେ ପୋତି ସଂସ୍କାର କଲେ ଗାଁ ଯୁବକ}

ବରଗଡ଼,୨୨/୦୧(ବିଜୟ କୁମାର ସାହୁ): ଖାଇବାକୁ ନ ପାଇ ଗାଁ ମୁହାଁ ହେଉଥିବା ହନୁମାଙ୍କଡମାନେ ଅସାବଧାନତା କାରଣରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିବା ଘଟଣା ଗ୍ରାମାଞ୍ଚଳରେ ଦୁଃଖ ର କାରଣ ସାଜିଛି। 

Ad..


ଗ୍ରାମାଞ୍ଚଳରେ ପନିପରିବା ଚାଷ ଖାଇବା ପାଇଁ ପଲ ପଲ ହନୁମାଙ୍କଡ ଗାଁ କୁ ଆସୁଛନ୍ତି। ଗାଁ ଭିତରେ ଘର ଉପରେ ଦୈଡୁଥିବା ସମୟରେ ଡେଉଥିବା ସମୟରେ କେତେକ ବିଦ୍ୟୁତ ଖୁଣ୍ଟ ହେଉଛନ୍ତି ଫଳରେ ଉଚ୍ଚ ଶକ୍ତି ସମ୍ପନ୍ନ ତାର ଲାଗି ମୃତ୍ୟୁ ଘଟୁଛି। 

Ad..


ଆଜି ଭଟଲି ଅଂଚଳ ର ଏକ ଗାଁ ରେ ଏଭଲି ଏକ ଦୁଃଖର ଘଟଣା ଘଟି ଶିଶୁ ଓ ମାଁ ହନୁମାନଙ୍କର ବିଦ୍ୟୁତ୍ ଶକ୍ତି ଆଘାତ ରେ  ମୃତ୍ୟୁ ଘଟିଛି। ଗାଁ ର ଯୁବକ ମାନେ ଉକ୍ତ ମନୁଙ୍କୁ ଗାଁ ପଛପଟେ ଥିବା ଏକ ଜମିରେ ମାଟି ଖୋଲି ଫୁଲ ସହ ଶ୍ରଦ୍ଧାଞ୍ଜଳି ଜଣାଇ ପୋତି ଛନ୍ତି । ଗାଁ ରେ ପୂର୍ବରୁ ମଧ୍ୟ ବିଦ୍ୟୁତ୍ ଶକ୍ତି ସସ୍ପର୍ଷରେ ହନୁମାନଙ୍କର ମୃତ୍ୟୁ ଘଟିଛି।

Ad..


ଗାଁଗୁଡିକରେ ଖୋଲା ତାର ଲାଗିଥିବାରୁ ଗାଁ ମୁହାଁ ହନୁ ଙ୍କ ମୃତ୍ୟୁ ଘଟୁଛି। ବିଦ୍ୟୁତ୍ ବିଭାଗ ଏହି ଗାଁ ଗୁଡ଼ିକରେ ଲାଗିଥିବା ଖୋଲାତାର ବଦଳରେ କେବୁଲ  ତାର ଆଗେଇବାକୁ ଦାବି ହେଉଛି।



Report : Bijay ku sahu 

Edited by k.s thakur...

Post a Comment

Previous Post Next Post