ଜାତୀୟ ସେବା ଯୋଜନା ପକ୍ଷରୁ ତମାଖୁ ମୁକ୍ତ ସଚେତନତା ପଦଯାତ୍ରା...

ଜାତୀୟ ସେବା ଯୋଜନା ପକ୍ଷରୁ ତମାଖୁ ମୁକ୍ତ ସଚେତନତା ପଦଯାତ୍ରା...


ପଦ୍ମପୁର,୨୧/୦୧(ବିଜୟ କୁମାର ସାହୁ): ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପକ୍ଷରୁ ପୋଷ୍ୟ ଗ୍ରାମ ଚାରପାଲିରେ ଚାଲିଥିବା ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ଶିବିର ଆଜି ତୃତୀୟ ଦିବସରେ ପହଞ୍ଚିଛି।

      Ad..


ପ୍ରାତଃ ସମୟରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଯୋଗାଭ୍ୟାସ କରାଯିବା ସହ ମହାବିଦ୍ୟାଳୟ ଓ ଚାରପାଲି ଗ୍ରାମ ପରିସର ସଫେଇ କରାଯାଇଥିଲା।ଏହାପରେ ଚାରପାଲିରେ ଏକ 'ତମାଖୁ ମୁକ୍ତ ସଚେତନତା' ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।

        Ad..


ଏହି ପରିପ୍ରେକ୍ଷୀରେ ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ବର ଦାଶ ସଭାପତିତ୍ୱ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ପ୍ରାକ୍ତନ ଅଧ୍ୟାପକ ଅର୍ଜ୍ଜୁନ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ କୁସଂସ୍କାର ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଥିଲେ।

Ad..


ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ରବିନ୍ଦ୍ର ନାଏକ ମୁଖ୍ୟବକ୍ତା ଭାବେ ଯୋଗଦେଇ ତମାଖୁ ବ୍ୟବହାରର କୁପରିଣାମ ବିଷୟରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସଞ୍ଜୟ ତିଗା ଓ ଭୁବନେଶ୍ୱର ବରିହା ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ।

ଏହି ଅବସରରେ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ଏକ ତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ଏଥିରେ ପ୍ରାଧ୍ୟାପିକା ଝୁନୁ ପରିଡ଼ା , ଅଧ୍ୟାପକ ଡ଼ ସରୋଜ କୁମାର ନାଏକ,ଅଧ୍ୟାପିକା ଡ. ମମତାମୟୀ ଗୁରୁ ଓ ସୁରେଶ୍ବରୀ ପାଣ୍ଡେ ବିଚାରକ ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମ ଅଧିକାରୀ ବୁନି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



Edited by k.s thakur...

Post a Comment

Previous Post Next Post