ହାଇକୋର୍ଟଙ୍କ ନିର୍ଦେଶ ପାଳନ ନକରି ଅଡୁଆରେ ଗଣଶିକ୍ଷା ସଚିବ...

ହାଇକୋର୍ଟଙ୍କ ନିର୍ଦେଶ ପାଳନ ନକରି ଅଡୁଆରେ ଗଣଶିକ୍ଷା ସଚିବ...


ଭୁବନେଶ୍ଵର,୨୧/୦୧ : ହାଇକୋର୍ଟଙ୍କ ନିର୍ଦେଶ ପାଳନ ନକରି ଅଡୁଆରେ ଗଣଶିକ୍ଷା ସଚିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିନଥିବାରୁ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକଙ୍କୁ ଗିରଫ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

         Ad..


ଅଦାଲତ ଅବମାନନା ମାମଲାରେ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି। ସଚିବମାନଙ୍କୁ ଜାନୁଆରୀ ୨୨ ସୁଦ୍ଧା କୋର୍ଟରେ ହାଜର ହେବାକୁ ପଡିବ, ନଚେତ୍ ସେମାନଙ୍କୁ ଗିରଫଦାରୀର ସମ୍ମୁଖୀନ ହେବାକୁ ପଡ଼ିପାରେ।

Ad..


ତେବେ ୨୨ ତାରିଖ ମଧ୍ୟରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କଲେ ଗିରଫଦାରୀରୁ ମୁକ୍ତି ମିଳିବ ବୋଲି ହାଇକୋର୍ଟ କହିଛନ୍ତି।ବେଣୁଧର ଦାସ ନାମକ ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ମାମଲାରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। 

Ad..


ଅବସରପ୍ରାପ୍ତ ଅଧ୍ୟାପକ ତପନ ପଟ୍ଟନାୟକ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ବେଣୁଧର ଦାସଙ୍କ ସମେତ ବକେୟା ଦରମା ଏବଂ ବୃଦ୍ଧି ସମ୍ପର୍କିତ ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ କରିବାରେ ବିଳମ୍ବ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସେହିପରି ଅରବିନ୍ଦ ଏବେ ଉଚ୍ଚ ଶିକ୍ଷା ବିଭାଗର ସଚିବ ଅଛନ୍ତି। ତାଙ୍କୁ ମଧ୍ଯ ୨୨ତାରିଖରେ ଗିରଫ କରି କୋର୍ଟରେ ହାଜର କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।



Edited by k.s thakur...


Post a Comment

Previous Post Next Post