ତୁରେକେଲା ପୋଲିସ ଦ୍ବାରା ଚୋରି ଘଟଣାର ପର୍ଦ୍ଦାଫାଶ ; ଅଭିଯୁକ୍ତ କୋର୍ଟ ଚାଲାଣ...

ତୁରେକେଲା ପୋଲିସ ଦ୍ବାରା ଚୋରି ଘଟଣାର ପର୍ଦ୍ଦାଫାଶ ; ଅଭିଯୁକ୍ତ କୋର୍ଟ ଚାଲାଣ...


କଣ୍ଟାବାଞ୍ଜି,୧୨/୦୧ : ୨୦୨୫ ଶେଷ ଓ ନୂତନ ବର୍ଷ ପ୍ରାରମ୍ଭ ରାତ୍ରି ସମୟରେ ବଲାଙ୍ଗିର ଜିଲ୍ଲା ତୁରେକେଲା ପୋଲିସ ଥାନା ଅନ୍ତର୍ଗତ ଖୁଜେନ ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଦ୍ଵାର ତାଲା ଭାଙ୍ଗି ଚୋରି। ସ୍କୁଲ୍ ରୁ ୪୩ ଇଞ୍ଚ ଟିଭି ଓ ସାଉଣ୍ଡ ସିଷ୍ଟମ ଚୋରି।

Ad..


ଏ ଘଟଣା କୁ ନେଇ ତୁରେକେଲା ପୋଲିସ ଥାନା ରେ ପିଏସ୍ କେସ ନମ୍ବର ୦୨/୨୦୨୬ ରୁଜୁ କରି ମାମଲା ର ତଦନ୍ତ କରୁଥିଲା ତୁରେକେଲା ପୋଲିସ। ତେବେ ବିଗତ କାଲି ଏହି ମାମଲାରେ ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରି ଚୋରି ହୋଇଥିବା ଜିନିଷ ପତ୍ର ଯଥା ୪୩ ଇଞ୍ଚ ଟିଭି ଓ ସାଉଣ୍ଡ ସିଷ୍ଟମ ପୋଲିସ ଉଦ୍ଧାର କରିବା ସହ ଜଣକୁ ଗିରଫ ଓ ଅନ୍ୟ ଜଣେ ନାବାଳକକୁ ଅଟକ ରଖିଥିଲା ପୋଲିସ୍।

Ad..


ଗିରଫ କରାଯାଇଥିବା ଅଭିଯୁକ୍ତ ପରିଚୟ ଖୁଜେନ୍ ଗ୍ରାମର ଅନନ୍ତ ବାଗ(୨୦) ବୋଲି ଜଣାପଡିଛି।ଅଭିଯୁକ୍ତ କୁ ପିଏସ୍ କେସ ନମ୍ବର ୦୨//୦୧/୨୦୨୬, ୟୁ/ଏସ ୩୩୧(୪)/୩୦୫ ବିଏନ୍ସ, ୩୩୧(୪)/୩୦୫(ଇ)/୩(୫) ବୁଏନ୍ସ ଧାରା ଅନୁଯାଇ କୋର୍ଟ ଚାଲାଣ କରାଯାଇଛି। 

Ad..


ଅନ୍ୟ ଜଣେ ନାବାଳକକୁ ଅଟକ ରଖି ପଚରାଉଚରା ପରେ ପିଏମଜେଜେବି ବଲାଙ୍ଗିର କୋର୍ଟ କୁ ପଠା ଯାଇଥିବା ତୁରେକେଲା ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।



Edited by k.s thakur...

Post a Comment

Previous Post Next Post