ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯକ୍ରମ ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୦/୦୧: ଓଡ଼ିଶା ସରକାର ଙ୍କ ଉଚ୍ଚଶିକ୍ଷା ବିଭାଗ ର ନିର୍ଦ୍ଧେଶ କ୍ରମେ , ମହିଳା ସ୍ନାତକ ମହାବିଦ୍ୟାଳୟ ପରିସର ରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯକ୍ରମ, ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି।
Ad..
ଏହି ଅବସରରେ ଛାତ୍ରୀ ମାନଙ୍କ ମଧ୍ୟରେ ଦଳଗତ ଆଲୋଚନା, ପୋଷ୍ଟର ଓ ରଚନା ଲିଖନ ପ୍ରତିଯୋଗିତା ହୋଇଥିଲା।ଅଧ୍ୟକ୍ଷ ପୁରୋହିତ ତାଙ୍କ ବକ୍ତବ୍ୟରେ ପ୍ଲାଷ୍ଟିକ କିପରି ପରିବେଶ କୁ ଦୂଷିତ କରେ ଏବଂ ମନୁଷ୍ୟ ଓ ପ୍ରାଣୀ ଜଗତ ଉପରେ କୁପ୍ରଭାବ ପକାଏ ବିସ୍ତୃତ ଭାବରେ ବୁଝାଇଥିଲେ ଓ ଉପସ୍ଥିତ ସମସ୍ତ ଅଧ୍ୟାପକ...
Ad..
ଅଧ୍ୟାପିକା ,କର୍ମଚାରୀ ଓ ଛାତ୍ରୀ ମାନଙ୍କୁ ମହାବିଦ୍ୟାଳୟ ପରିସର କୁ ପ୍ଲାଷ୍ଟିକ ମୁକ୍ତ କରିବା ସଙ୍ଗେ ସଙ୍ଗେ ନିଜର ପରିବାର ସଦସ୍ୟ ଓ ସାହି ପଡିଶା ରେ ରହୁଥିବା ବ୍ୟକ୍ତିଙ୍କୁ ସଚେତନ କରିବା ପାଇଁ ସଂକଳ୍ପ ନେବା ପାଇଁ ଅନୁରୋଧ କରିଥିଲେ।
ଏହି ସଚେତନତା କାର୍ଯକ୍ରମ ରେ ଛାତ୍ରୀ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ ଓ ଉତ୍ସାହର ସହ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ।ଶେଷରେ ଅଧ୍ୟାପକ ଯୁଧିଷ୍ଠିର ବେହେରା ଧନ୍ୟବାଦ୍ ଦେଇ ସଭାସଂଗ କରିଥିଲେ।
Edited by k.s thakur...



