କଣ୍ଡାବାଞ୍ଜିରେ ଉତ୍କଳ ଯାଦବ ମହାସଭାର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ନେଇ ପ୍ରସ୍ତୁତି ବୈଠକ...

କଣ୍ଡାବାଞ୍ଜିରେ ଉତ୍କଳ ଯାଦବ ମହାସଭାର ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ନେଇ ପ୍ରସ୍ତୁତି ବୈଠକ...


କଣ୍ଡାବାଞ୍ଜି,୨୨/୦୧(ନି.ପ୍ର): ବଲାଙ୍ଗିର ଜିଲ୍ଲା  କଣ୍ଟାବାଞ୍ଜି ଠାରେ ଉକ୍ରଳ ଯାଦବ ମହାସଭାର ରାଜ୍ୟସ୍ତରୀ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ଜାନୁୟାରୀ ୨୫ତାରୀଖ ଦିନ ହେବା ନେଇ ଏକ ପ୍ରସ୍ତୁତି ବୈଠକ ବୁଧବାର ଦିନ ଖୁଟୁଲୁମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି।

Ad..


ଏହି ବୈଠକ ବଲାଙ୍ଗିର ଜିଲ୍ଲା  ତୁରେକେଲା ବ୍ଲକ ଯାଦବ ସମାଜ ସଭାପତି ମକରଧ୍ୱଜ ନିଆଲଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ  ମୂଖ୍ୟ ଅତିଥୀଭାବେ  ଜିଲ୍ଲା ସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନୀତ ଅତିଥୀଭାବେ ଉକ୍ରଳ ଯାଦବ ମହାସଭା ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ହାତୀ...

Ad..


ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଯୋଗେନ୍ଦ୍ର ବଛା, ମୁରିବାହାଲ ବ୍ଲକ ସଭାପତି ଗଙ୍ଗାଧର ହେର୍ଣ୍ଣା, ବରିଷ୍ଠ ସାମାଜିକ କର୍ମି ତଥା ଶିକ୍ଷାବିଦ୍ ଘନଶ୍ୟାମ ଗହିର, ବରିଷ୍ଠ ସାମ୍ବାଦିକ ଗୁରୁଦୟାଲ ହଂସ ମଂଚାଶିନ ଥିଲେ।ଏହି ସଭାରେ ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ୩୨ଟି ସାଗଂଠନିକ ଜିଲ୍ଲାର କର୍ମକର୍ତାଙ୍କ ଆଗମନରେ ବୈଠକ ହୋଇ ସମାଜର ବିଭୀନ୍ନ ଦିଗ ଉପରେ ଆଲୋଚନା ହେବ। 

Ad..


ଏହି କାର୍ଯକ୍ରମକୁ ସଫଳ ଭାବେ ତୁଲାଇବା ନେଇ ନିର୍ବାଚନ ମଣ୍ଡଳୀର କଣ୍ଟାବାଞ୍ଜି ଏନ.ଏ.ସି., ତୁରେକେଲା, ବଙ୍ଗୋମୁଣ୍ଡା  ଓ ମୁରିବାହାଲ ବ୍ଲକର ବ୍ଲକ ସଭାପତି ସହ କର୍ମକର୍ତାଙ୍କ ଗୁରୁ ଦାୟୀତ୍ୱ ଉପରେ ଆଲୋଚନା କରାଯାଇଥିଲା। 

ସଭାକୁ  ମୁରିବାହାଲ ବ୍ଲକ ଯାଦବ ସମାଜ ସମ୍ପାଦକ ତେଜୁରାମ ବାଗ ପରିଚାଳନା କରିଥିବା ବେଳେ ବଙ୍ଗୋମୁଣ୍ଡା ବ୍ଲକର ବରିଷ୍ଠ ସାମାଜିକ କର୍ମି ଜିତେନ୍ଦ୍ର ହଂସ ଧନ୍ୟବାଦ ଦେଇ ରାଜ୍ୟସ୍ତରୀୟ ସମାବେଶକୁ ସଫଳ କରିବା ପାଇଁ ଅନୁରୋଧ ଜଣାଇଥିଲେ।



Edited by k.s thakur...

Post a Comment

Previous Post Next Post