ମତ୍ସ୍ୟ-ପ୍ରାଣୀ ସମାବେଶ-୨୦୨୬ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ...

ମତ୍ସ୍ୟ-ପ୍ରାଣୀ ସମାବେଶ-୨୦୨୬ ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ...


ଭୁବନେଶ୍ଵର,୨୨/୦୧(ନି.ପ୍ର): ଆଜିଠୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେଉଛି ମତ୍ସ୍ୟ ପ୍ରାଣୀ ସମାବେଶ ୨୦୨୬। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭ ଉଦଘାଟନ କରିଛନ୍ତି। 

        Ad..


ମତ୍ସ୍ୟ ଓ ପ୍ରାଣୀପାଳନ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି କୃଷକମାନଙ୍କୁ ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ବିଷୟରେ ସଚେତନ କରାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।ତିନିଦିନ ଧରି ଜନତା ମଇଦାନରେ ଚାଲିବା ଏହି ସମାବେଶରେ ମତ୍ସ୍ୟଚାଷୀ ଓ ପ୍ରାଣୀପାଳକଙ୍କ ପାଇଁ ସଚେତନତା ଓ ସମୃଦ୍ଧିର ମହାକୁମ୍ଭ ସାଜିବ।

        Ad..


ଏହି ସମାବେଶରେ କ୍ଷୀର, ମାଂସ, ଅଣ୍ଡା ଓ ମାଛ ଉତ୍ପାଦନରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଆଲୋଚନା ହେବ।ଏହି ଅବସରରେ ମାନବ ସଭ୍ୟତାର ପ୍ରାରମ୍ଭରୁ ପ୍ରାଣୀ ପାଳନ ଆମ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଥିବାବେଳେ, ଆଜି ଏହା ଆମ ରାଜ୍ୟର ଗ୍ରାମୀଣ ଅର୍ଥନୀତିକୁ ସଶକ୍ତ କରିବାରେ ଏକ ପ୍ରମୁଖ ମାଧ୍ୟମ ସାଜିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Ad..


‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ମାଧ୍ୟମରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହେଉ କିମ୍ବା ‘ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା’ ଜରିଆରେ ମତ୍ସ୍ୟଜୀବୀଙ୍କ କଲ୍ୟାଣ, ଆମର ପ୍ରତିଟି ପଦକ୍ଷେପ ଚାଷୀ ପରିବାରଙ୍କ ଆର୍ଥିକ ଉନ୍ନତି ପାଇଁ ଉଦ୍ଦିଷ୍ଟ । 

ସୁଭଦ୍ରା, ପିଏମ-କିଷାନ ଓ ସିଏମ-କିଷାନ ଭଳି ଯୋଜନାର ସଫଳ ରୂପାୟନ ଯୋଗୁଁ ଆଜି ଓଡ଼ିଶାର କୃଷକ ପରିବାରଙ୍କ ବାର୍ଷିକ ଆୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ପରିଲକ୍ଷିତ ହେଉଛି ବୋଲି ମୋହନ ମାଝୀ କହିଛନ୍ତି।



Edited by k.s thakur...

Post a Comment

Previous Post Next Post