ଅଞ୍ଚଳ ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍ ର ସପ୍ତଦିବସୀୟ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍‌ଘାଟିତ...

ଅଞ୍ଚଳ ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍ ର ସପ୍ତଦିବସୀୟ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍‌ଘାଟିତ...


ବରଗଡ଼,୧୯/୦୧(ବିଜୟ କୁମାର ସାହୁ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ଏନ୍‌ଏସ୍‌ଏସ୍ ପକ୍ଷରୁ ସାତ ଦିନିଆ ଶୀତକାଳୀନ ସ୍ୱତନ୍ତ୍ର ଶିବିର - ୨୦୨୫ ଆଜି ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି। 

       Ad..


ଏହି ସ୍ୱତନ୍ତ୍ର ଶିବିରଟି ମହାବିଦ୍ୟାଳୟର ପୋଷ୍ୟ ଗ୍ରାମ ଚାରପାଲିରେ ଅନୁଷ୍ଠିତ ହେବାକୁ ଯାଉଛି। କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ବୁନି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଶିବିରାର୍ଥୀମାନଙ୍କୁ ସେବା ଓ ଶୃଙ୍ଖଳାର ମନ୍ତ୍ର ପ୍ରଦାନ କରାଯାଇଥିଲା। 

Ad..


ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଭାତ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ସ୍ୱେଚ୍ଛାସେବୀମାନଙ୍କୁ ସମାଜ ଗଠନରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ସମାଜସେବୀ ନିରୋଜ ଦୋରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ଉଦବୋଧନ ଦେଇଥିଲେ । 

Ad..


ସେ ନିଜ ବକ୍ତବ୍ୟରେ ଓଡ଼ିଶାର ବରପୁତ୍ରୀ ତଥା ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରୀଙ୍କ ନିସ୍ୱାର୍ଥପର ସେବା ଓ ଜୀବନୀ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମର ଭାବ ଜାଗ୍ରତ କରିଥିଲେ।

ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମ ଅଧିକାରୀ ଭୁବନେଶ୍ୱର ବରିହା ଏବଂ ଅଧ୍ୟାପକ ଡ. ସରୋଜ କୁମାର ନାଏକ ଯୋଗଦେଇ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ଦ୍ୱାରା ମୁଖ୍ୟ ଅତିଥିଙ୍କୁ ଆନୁଷ୍ଠାନିକ ଭାବେ ସମ୍ମାନିତ କରାଯାଇଥିଲା।

ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ଛାତ୍ରୀ ଭାରତୀ ବେହେରା, ଇତିଶ୍ରୀ ସାହୁ, ଜନନୀ ସାହୁ ଏବଂ ଛାତ୍ର ଚୈତନ୍ୟ ପଣ୍ଡା, ଧର୍ମେନ୍ଦ୍ର ଅଦାବର ଓ ମୁକେଶ ଯାଦବ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ପରିଶେଷରେ କାର୍ଯ୍ୟକ୍ରମ ଅଧିକାରୀ ସୁରେଶ୍ୱରୀ ପାଣ୍ଡେ ସମସ୍ତ ଅତିଥି ଓ ସ୍ୱେଚ୍ଛାସେବୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଏହି ଶିବିର ମାଧ୍ୟମରେ ଚାରପାଲି ଗ୍ରାମରେ ବିଭିନ୍ନ ସାମାଜିକ ସଚେତନତା ଓ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post