କମିବ ବିଧାୟକଙ୍କ ଦରମା ! ବିଲ୍‌ ଉପରେ ଚଳିତ ଅଧିବେଶନରେ ହୋଇପାରେ ପୁନଃବିଚାର...

କମିବ ବିଧାୟକଙ୍କ ଦରମା ! ବିଲ୍‌ ଉପରେ ଚଳିତ ଅଧିବେଶନରେ ହୋଇପାରେ ପୁନଃବିଚାର...


ଭୁବନେଶ୍ୱର,୩୦/୦୧ : କମିବ ବିଧାୟକଙ୍କ ଦରମା।ପୁନଃବିଚାର ହୋଇପାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ୍‌।ବିଲ୍‌ ଉପରେ ଚଳିତ ଅଧିବେଶନରେ ହୋଇପାରେ ପୁନଃବିଚାର।ଏ ନେଇ ସୂଚନା ଦେଇଛନ୍ତି ବିଧାୟକ ଦରମା କମିଟି ଅଧ୍ୟକ୍ଷ ଭାସ୍କର ମଢ଼େଇ। 

Ad..


ଆସନ୍ତା ବଜେଟ ଅଧିବେଶନରେ ଏ ନେଇ ଏକ ସଂଶୋଧନ ବିଲ୍ ଆସିବ।ଦରମା କମିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି।ଗତବର୍ଷ ଡିସେମ୍ଵର ୯ ତାରିଖରେ ଦରମା ବୃଦ୍ଧି ବିଲ୍ ବିଧାନସଭାରେ ପାସ୍ ହୋଇଥିଲା। 

Ad..


ବିଧାୟକଙ୍କ ସର୍ବନିମ୍ନ ଦରମା ୩ ଲକ୍ଷ ୪୫ ହଜାର ହେବାର ଥିଲା।ଏକାଥରେ ୩ ଗୁଣା ଦରମା ବଢ଼ିଥିଲା। ଯାହାକୁ ନେଇ ସାରା ରାଜ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା। ତେଣୁ ଏହାର ପୁନର୍ବିଚାର ପାଇଁ ସରକାରଙ୍କୁ ନିବେଦନ କରିଥିଲେ ବିଧାୟକ।

Ad..


ବିଜେଡି କହିଛି, ଦରମା କଥା ସରକାର ନିଷ୍ପତ୍ତି ନେବେ। ଦରମା ବିଲ ପାସ ହେଇଥିଲା କିନ୍ତୁ ପରେ ବନ୍ଦ ହେଲା। ଆଗକୁ ଜଣାପଡ଼ିବ ସରକାର କ’ଣ କରିବେ ? ସରକାର ଆଲୋଚନା କରିବେ ବୋଲି କହିଛନ୍ତି ବିଜେଡି ବିଧାୟକ ମନୋହର ରନ୍ଧାରୀ।

ଦରମା ବୃଦ୍ଧି ସମ୍ପର୍କରେ କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ କହିଛନ୍ତି, ଥରେ ବିଲ ପାସ ହେବା ପରେ ପୁନର୍ବିଚାର କରିବା କଥା ନୁହେଁ ।ବିଧାୟକଙ୍କ ଦରମା ୩୫ ହଜାର ଟଙ୍କା ଥିଲା। ତାକୁ ବଢ଼ାଇ ୧ ଲକ୍ଷ ୫ ହଜାର ଟଙ୍କା କରିବାକୁ ବିଧାୟକମାନେ ଦାବି କରିଛୁ।

ଦରମା ବୃଦ୍ଧି ନିଷ୍ପତ୍ତି ଠିକ ଥିଲା, ଏଥିର କୌଣସି ଭୁଲ ହୋଇ ନଥିଲା। ଏବେ ଦରମା ମାତ୍ର ୧ ଲକ୍ଷ ଟଙ୍କା ହୋଇଛି। ଲୋକଙ୍କୁ ଭୁଲ ସୂଚନା ଦିଆଯାଇଛି।ସରକାର କାହିଁକି ପୁଣି ବିଧାନସଭାକୁ ବିଲ ଆଣିବେ ବୋଲି ସେ ପ୍ରଶ୍ନ କରିଛନ୍ତି।



Edited by k.s thakur...

Post a Comment

Previous Post Next Post