କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ ନକଲି କାଜୁ ଗୋଦାମରେ ଚଢ଼ଉ...
କୋଣାର୍କ,୩୦/୦୧ : ନକଲି କାଜୁ ଗୋଦାମରେ ଚଢ଼ଉ।ମାଲିକ ଅଟକ।କୋଣାର୍କ ସୂର୍ଯ୍ୟମନ୍ଦିର ନିକଟରେ ନକଲି କାଜୁ କାରବାର ଘଟଣାରେ ଏକ କାଜୁ ଗୋଦାମରେ ଚଢ଼ଉ କରାଯାଇଛି।
Ad..
ନିମାପଡା ଏସଡିପିଓ ଜନାର୍ଦନ ପାଢ଼ୀଙ୍କ ନେତୃତ୍ୱରେ ଏକ ୬ଜଣିଆ ଦଳ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ବର୍ତମାନ ସୁଦ୍ଧା ୪କ୍ୱିଣ୍ଟାଲ କାଜୁ ଜବତ ହୋଇଛି। ଘଟଣାରେ ଗୋଦାମ ମାଲିକଙ୍କୁ ଅଟକ ରଖି ପୁଲିସ୍ ପଚାର ଉଚରା କରୁଛି।
Ad..
ସୂଚନାଯୋଗ୍ୟ ଦୁଇଦିନ ତଳେ ସୂର୍ଯ୍ୟମନ୍ଦିର ନିକଟରେ ଏକ ଦୋକାନରେ ନକଲି କାଜୁ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିଥିଲା। କାଜୁ ପକେଟ୍ରେ ନକୁଳ ଦାନା ଭର୍ତ୍ତିକରି ବିକ୍ରି ହେଉଥିବା ଜଣେ ପର୍ଯ୍ୟଟକ ଦେଖିଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଟଚମଟ ସୃଷ୍ଟି ହୋଇଥିଲା।
Ad..
Edited by k.s thakur...
Tags:
1 detained
duplicate cashew godown
konark
latest news
latest update
odisha daily current affairs
odisha news
police
raid




