କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ଅତି ହର୍ଷ ଉଲ୍ଲାସରେ ୭୭ତମ ଗଣତନ୍ତ୍ର ଦିବସ ପାଳନ...
(ବିଦ୍ୟାଳୟ ଭ୍ରମଣ, ଶିକ୍ଷା ସାମଗ୍ରୀ ବଣ୍ଟନ ଓ କୁନି କୁନି ପ୍ରତିଭାଙ୍କୁ ପୁରସ୍କୃତ)
କଣ୍ଟାବାଞ୍ଜି,୨୬/୦୧ :ଆଜି ୨୬ ଜାନୁଆରୀ ଦିନ ସାରା ଭାରତବର୍ଷରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଅତି ଶ୍ରଦ୍ଧା ଓ ଗରିମାର ସହିତ ପାଳିତ ହେଉଥିବା ଏକ ମହାନ ଜାତୀୟ ପର୍ବ ଗଣତନ୍ତ୍ର ଦିବସ।
Ad..
ଏହି ପବିତ୍ର ଓ ଗୌରବମୟ ଦିନରେ କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ଦେଶକୁ ସ୍ୱାଧୀନ କରିବା ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ଅମର ସହିଦ ମାନଙ୍କୁ ସ୍ମରଣ କରି ଅତି ହର୍ଷ ଉଲ୍ଲାସରେ ୭୭ତମ ଗଣତନ୍ତ୍ର ଦିବସ ପାଳନ କରାଯାଇଛି।
Ad..
ଏହି ଅବସରରେ କଣ୍ଟାବାଞ୍ଜି ନାଗରିକ କମିଟି ସଦସ୍ୟମାନେ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଖାତା, କଲମ, ସ୍କେଚପେନ ଇତ୍ୟାଦି ଶିକ୍ଷା ସାମଗ୍ରୀ ବଣ୍ଟନ କରିଥିଲେ। ସର୍ବପ୍ରଥମେ କମିଟି ସଦସ୍ୟମାନେ କୁକୁରାହାଡ଼ ପ୍ରାଥମିକ ବିଦ୍ୟାଳୟକୁ ଯାଇ ସେଠାରେ ଅଧ୍ୟୟନରତ କୁନି କୁନି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସାମଗ୍ରୀ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମିଟି ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇ ଗଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଥିଲେ।
Ad..
ତାପରେ କମିଟି ସଦସ୍ୟମାନେ ଘନାମହୁଲ ପ୍ରାଥମିକ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଖାତା, କଲମ ଓ ସ୍କେଚପେନ ବଣ୍ଟନ କରିଥିଲେ। ସେଠାରେ ମଧ୍ୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କଣ୍ଟାବାଞ୍ଜି ନାଗରିକ କମିଟିକୁ ଧନ୍ୟବାଦ ଜଣାଇ ଗଣତନ୍ତ୍ର ଦିବସର ଶୁଭେଚ୍ଛା ସହ ବିଦାୟ ଦେଇଥିଲେ।
ପରେ କମିଟି ସଦସ୍ୟମାନେ ଦାବ୍ରୀ ଗାଁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରେମାନନ୍ଦ ବରିହା, ସହଶିକ୍ଷକ ଶ୍ରୀ ପ୍ରମୋଦ କୁମାର ଦଳେଇ, ସହ ଶିକ୍ଷୟିତ୍ରୀ ଶ୍ରୀମତୀ ମଞ୍ଜୁଲତା ଧରୁଆ ଓ ଶ୍ରୀମତୀ କାଦମ୍ବିନୀ ଜେନା କଣ୍ଟାବାଞ୍ଜି ନାଗରିକ କମିଟିକୁ ସ୍ୱାଗତ ସହ ସମ୍ମାନିତ କରିଥିଲେ।
କଣ୍ଟାବାଞ୍ଜି ନାଗରିକ କମିଟି ସଦସ୍ୟମାନେ କୁନି କୁନି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ପରିଶେଷରେ ମିଷ୍ଟାନ ବଣ୍ଟନ କରାଯାଇଥିଲା ଏବଂ ଦାବ୍ରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ବରିହାଙ୍କ ସହ ଆଲୋଚନା କରାଯାଇଥିଲା।
ଅନ୍ତେ, ପ୍ରଧାନ ଶିକ୍ଷକ ଶ୍ରୀ ବରିହା କଣ୍ଟାବାଞ୍ଜି ନାଗରିକ କମିଟିର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇ ଗଣତନ୍ତ୍ର ଦିବସର ହାର୍ଦ୍ଧିକ ଶୁଭେଚ୍ଛା ପ୍ରଦାନ କରିଥିଲେ।
ଏହି ପାବନ ପବିତ୍ର ଦିନରେ କଣ୍ଟାବାଞ୍ଜି ନାଗରିକ କମିଟିର ସଭାପତି ଶ୍ରୀ ଅରୁନ କୁମାର ତାଣ୍ଡି, ଉପ-ସଭାପତି ଶ୍ରୀ ରାଜୁ ଛତ୍ରିଆ, ସମ୍ବାଦ ପ୍ରାଚାରକ ଓ ସହ - କୋଷାଧ୍ୟକ୍ଷ ଶ୍ରୀ ପ୍ରମୋଦ ବେହେରା, ସହ - ସମ୍ପାଦକ ଶ୍ରୀ ଜିତୁ ସୁନା ଓ ସାଧାରଣ ସଦସ୍ୟ ଶ୍ରୀ ବିଶ୍ୱନାଥ ନାଗ (ବିଦୁର) ଉପସ୍ଥିତ ଥିଲେ।
Edited by k.s thakur...




