ବିଜେଡିରୁ ନିଲମ୍ବନ ପରେ ବିଜେପିରେ ଯୋଗଦେଲେ ଯାଜପୁର ବିଜେଡ଼ି ନେତା...
ଭୁବନେଶ୍ଵର,୧୬/୦୧ : ବିଜେଡିରୁ ନିଲମ୍ବନ ପରେ ବିଜେପିରେ ଯୋଗଦେଲେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଅଧ୍ୟକ୍ଷା । ପୂର୍ବତନ ଯାଜପୁର ସାଂସଦଙ୍କ ସହ,ବ୍ଲକ ଅଧ୍ୟକ୍ଷ,ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ଓ ସମିତି ସଭ୍ୟ ବିଜେଡ଼ି ଛାଡି ବିଜେପିରେ ଯୋଗଦେଲେ ।
Ad..
ବିଜେଡିରୁ ନିଲମ୍ବନ ପରେ ବିଜେପିରେ ଯୋଗଦେଲେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା ଓ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଉଭୟ ନେତା ବିଜେପିରେ ଯୋଗଦେଇଛନ୍ତି ।
Ad..
ପୂର୍ବତନ ସାଂସଦ ରିତା ତରାଇ ମଧ୍ୟ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଏମାନଙ୍କ ସହ ଯାଜପୁର ଜିଲ୍ଲାରେ ବିପୁଳ ସଂଖ୍ୟାରେ ଜନ ପ୍ରତିନିଧିମାନେ ପଦ୍ମ ଶିବିରରେ ଯୋଗ ଦେଇଛନ୍ତି । ଯୋଗ ଦେଇଥିବା ଜିଲ୍ଲା ପରିଷଦ ସଭ୍ୟ ହେଲେ ସସ୍ମିତା ମହାନ୍ତି, ଜୟଶ୍ରୀ ସାମଲ...
Ad..
ସୁଧାଂଶୁ ସାହୁ, ସ୍ମୁତିରେଖା ବେହେରା, ଚକ୍ରଧର ବେହେରା,ମମତା ଖୁଣ୍ଟିଆ,ଶଶୀରେଖା ପୃଷ୍ଟି, ବିନୋଦ କୁମାର ମାଝୀ, ଭାରତୀ ବିଶ୍ୱାଳ, ସାମନ୍ତି ରାଣୀ ରାଉତ, ଟିନା ହାଇବ୍ରୁ, ସାଧୁ ଚରଣ ଡ୍ୟୁ, ପ୍ରତାପ ପଟ୍ଟନାୟକ,ଯଚିନ୍ଦ୍ର ନାୟକ,ଅରବିନ୍ଦ ସାମଲ ଓ ଶିଶିର ମହାନ୍ତି ।
ଏମାନଙ୍କ ସହ ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ ମଧ୍ୟ ଯୋଗଦେଇଛନ୍ତି । ବିଜେଡି ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ସାଂସଦ ରବିନାରାୟଣ ବେହେରା, ବଳଭଦ୍ର ମାଝୀ, ବିଧାୟକ ଅମର ନାୟକ,ହିମାଂଶୁ ଶେଖର ସାହୁ, ଆକାଶ ଦାସ ନାୟକ ଓ ଅନ୍ୟ ନେତୃମଣ୍ଡଳୀ ମାନେ ଉପସ୍ଥିତ ଥିଲେ।
Edited by k.s thakur...
Tags:
Bhubaneswar
bjd
BJP
jajpur
join BJP
latest news
latest update
odisha daily current affairs
odisha news




