ଭାଲୁମୁଣ୍ଡାରେ ଆମ୍ବୁଲାନ୍ସ ସୁବିଧା ଆରମ୍ଭ କଲେ ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ...

ଭାଲୁମୁଣ୍ଡାରେ ଆମ୍ବୁଲାନ୍ସ ସୁବିଧା ଆରମ୍ଭ କଲେ ପୂର୍ବତନ ଭାଲୁମୁଣ୍ଡା ସରପଞ୍ଚ...


ବଙ୍ଗୋମୁଣ୍ଡା,୧୯/୦୧: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲୁମୁଣ୍ଡା ସରକାରୀ ହସ୍ପିଟାଲ ପରିସରରେ ଆଜି ଅଞ୍ଚଳ ର ରୋଗୀ ମାନଙ୍କ ପାଇଁ ଆମ୍ବୁଲାନ୍ସ ସୁବିଧା ଆରମ୍ଭ କଲେ ପୂର୍ବତନ ସରପଞ୍ଚ ଉପେନ୍ଦ୍ର ମେହେର।

Ad..


ଦୁର୍ଘଟଣା ହେଉ କି ଜରୁରୀ କାମ ସମୟ ରେ  ରୋଗୀ ଙ୍କୁ ମେଡ଼ିକାଲ ନେବା ପାଇଁ ବହୁତ ଅସୁବିଧା ହେଉଥିଲା।ଭାଲୁମୁଣ୍ଡା ଦେଇ ୫୯ ନମ୍ବର ଜାତୀୟ ରାଜପଥ ଯାଇଛି। ଏହି ରାଜପଥ ରେ ସବୁ ବେଳେ ବିଭିନ୍ନ ଘଟଣା ଦୁର୍ଘଟଣା ବୃଦ୍ଧି ପାଉଛି। ଠିକ ସମୟ ରେ ୧୦୮ ଆମ୍ବୁଲାନ୍ସ ପହଞ୍ଚୁ ନ ଥିବାରୁ ଲୋକେ ପ୍ରାଭେଟ ଗାଡି ରେ ନିଆଯାଇଛି।

Ad..


ସେଥିପାଇଁ ଅଞ୍ଚଳ ର ରୋଗୀ ମାନଙ୍କ  ତୁରନ୍ତ ସୁବିଧା ପାଇ ପୂର୍ବତନ ଭାଲୁମୁଣ୍ଡା ପଞ୍ଚାୟତ ସରପଞ୍ଚ ଉପେନ୍ଦ୍ର ମେହେର ଆମ୍ବୁଲାନ୍ସ ଲୋକ ଙ୍କ ପାଇଁ ସେବା  ଯୋଗାଇ ଦେଇଛନ୍ତି।ଏହି ଅଞ୍ଚଳ ର ରୋଗୀ ମାନେ ସୁବିଧା ପାଇ ପାରିବେ ବୋଲି ଶ୍ରୀ ମେହେର ଆଶା ରଖିଛନ୍ତି।

Ad..


ଏଥିରେ ଭାଲୁମୁଣ୍ଡା ଗାଁର ସମାଜସେବୀ ଯୋଗିନ୍ଦ୍ର ମିଶ୍ର, ଭାଲୁମୁଣ୍ଡା ଆୟୁଷ୍ମାନ ଆରୋଗ୍ୟ  ମନ୍ଦିର ର ଡାକ୍ତର କଳିଆକାହ୍ନୁ ଖୁଆସ,ଡାକ୍ତର ଅମୀର ମେହେର ,ଡାକ୍ତର ଇପ୍ସିତା ସାହୁ,ଡାକ୍ତର ବିଶ୍ବମ୍ବର ମେହେର,ଆୟୁର୍ବେଦିକ ଚିକିତ୍ସାଲୟ ର ଡାକ୍ତର ସ୍ମିତା ପରିମିତା କାଲସାଏ,ମହିଳା ସ୍ୱାସ୍ଥ୍ୟକର୍ମୀ ସ୍ୱର୍ଣ୍ଣଲତା ସାହୁ...

ଫାର୍ମାସିଷ୍ଟ ଚମ୍ପେଶ୍ୱର ମେହେର,ବିଭିନ୍ନ ଗାଁ ର ଆଶାକର୍ମୀ ଓ ସ୍ଥାସ୍ଥ୍ୟ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।ଏହି ଭଲି ପଦକ୍ଷେପ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।



Edited by k.s thakur...

Post a Comment

Previous Post Next Post